29.1 C
Bhubaneswar
Wednesday, May 8, 2024
Homeଓଡିଶାଓଡିଶା ବିକାଶରେ ବାଧକ ରାଜ୍ୟ ସରକାର

ଓଡିଶା ବିକାଶରେ ବାଧକ ରାଜ୍ୟ ସରକାର

ଭୁବନେଶ୍ୱର : ପ୍ରତ୍ୟେକ ଲୋକତାନ୍ତ୍ରିକ ସରକାରର ମୁଖ୍ୟ ଲକ୍ଷ୍ୟ ଥାଏ ଜନକଲ୍ୟାଣ । ତଦନୁରୂପେ ଯୋଜନା ପ୍ରସ୍ତୁତ କରିବା ଓ ତା’ର କାର‌୍ୟ୍ୟାନ୍ୱୟନ ପ୍ରକ୍ରିୟା ସରକାରଙ୍କ ପାଇଁ ସର୍ବୋପରି ଥାଏ । ଓଡିଶା ସରକାର କିନ୍ତୁ ତା’ର ଏକ ବ୍ୟତିକ୍ରମ । ସମୟ ଥିଲା, ବିକାଶ ପାଇଁ ସମ୍ବଳର ଅଭାବ ହେଉଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସରକାର ସମୟରେ ବ୍ୟାପକ ଅର୍ଥ ବରାଦ ସମସ୍ତ ବିକାଶ ମୂଳକ କ୍ଷେତ୍ରରେ ହେଉଥିବାରୁ, ରାଜ୍ୟ ସରକାର ଏହାକୁ କେବଳ ଠିକଣା କ୍ରିୟାନ୍ୱୟନ କରିପାରିଲେ, ବିକାଶର ଜୟଯାତ୍ରା ଅନ୍ୟ ରାଜ୍ୟମାନଙ୍କ ଭଳି ଆମ ରାଜ୍ୟରେ ମଧ୍ୟ ଦୃଶ୍ୟମାନ ହୋଇଥାଆନ୍ତ । କିନ୍ତୁ, ଅର୍ଥନୈତିକ ସ୍ୱାତନ୍ତ୍ର‌୍ୟ ଓ ସ୍ପେଶାଲ କାଟେଗୋରୀରାଜ୍ୟ ନାଁରେ ଫମ୍ପା ରାଜନୈତିକ ସ୍ଳୋଗାନ ଦେଇ ଚାଲିଥିବା ରାଜ୍ୟ ସରକାର ଆଦି ଜନକଲ୍ୟାଣକାରୀ ଯୋଜନା କାର‌୍ୟ୍ୟାନ୍ୱୟନ କ୍ଷେତ୍ରରେ ଚରମ ବିଫଳତା ପ୍ରଦର୍ଶନ କରୁଛନ୍ତି । ଯୋଜନା ପ୍ରଣୟନ ସମୟରେ ଅତ୍ୟଧିକ ରାଜନୀତି କରଣ, ଭ୍ରଷ୍ଟାଚାର ଓ ସରକାରଙ୍କର ଆତ୍ମ ପ୍ରଚାର ଲାଳସା ଆଦି ବିକାଶକୁ ସାଧାରଣ ଲୋକଟିଏ ପାଖରେ ପହଞ୍ଚାଇବାକୁ ପ୍ରାଥମିକତା ଦେଉନାହିଁ । ଏହି ବାଧା ବିରୁଦ୍ଧରେ ସ୍ୱର ଉୟେତ୍ତାଲନ କରିବା ଏବଂ ଏହି ଲଢେଇକୁ ଆଗକୁ ନେବା ପାଇଁ ଆମେ ବଦ୍ଧ ପରିକର ହେବା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଏହି ନ୍ୟାସନାଲ ପ୍ଲାଂଗ୍‌ସିପ୍ ପ୍ରୋଗ୍ରାମ, ଯେଉଁଥିରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଅଭିଳାଷ ଅଛି ଯେ ଦେଶର ସମସ୍ତ କଚ୍ଚା ଘର ପକ୍କାଘରରେ ପରିଣତ ହେବ, ଏହା ଓଡିଶାରେ ବାଟବଣା ହୋଇଯାଇଛି । ସଠିକ୍ ହିତାଧିକାରୀ ତାଲିକା ତିଆରି କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା
୨୦୧୬-୧୭ର ଓଦ୍ଭମକ୍ଷଙ୍କଗ୍ଦସକ୍ଟଦ୍ଭ ଖସଗ୍ଦଗ୍ଧ ଯେତେବେଳେ ୨୦୧୯ରେ ଲୋକ ଲୋଚନକୁ ଆସିଲା, ଏହା ଭୟଙ୍କର ତ୍ରୁଟିପୂର୍ଣ୍ଣ ବୋଲି ଜଣା ପଡିଲା । ବିଜେପିର ବିରୋଧ ଯୋଗୁଁ ସରକାର ୩ ଥର ସର୍ଭେ କରାଇଲେ ଏବଂ ୨୦୨୦ ଫେବୃଆରୀରେ ପୁନଃ ଅଭିଯୋଗ / ଦରଖାସ୍ତ ଆହ୍ୱାନ କରାଗଲା । ସେ ସବୁକୁ ଆଡେଇ ଦେଇ ବର୍ତ୍ତମାନ ରାଜ୍ୟ ସରକାର ତ୍ରୁଟିପୂର୍ଣ୍ଣ ତାଲିକାକୁ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପିତ କରିଛନ୍ତି । ଏହି ଯୋଜନାକୁ ହଡପ କରିବାକୁ କେତେବେଳେ ବିଜୁ ପକ୍କାଘର ନାମରେ ଆବେଦନ ପତ୍ର ମାଗିଲେ ତ କେତେବେଳେ ଘରେ ଘରେ ଉକ୍ଟ-ଈକ୍ସବଦ୍ଭୟସଦ୍ଭଶ ଷ୍ଟିକର ମାରିବାର ଅପଚେଷ୍ଟା ଆମ ବିରୋଧ ଯୋଗୁଁ ଆଜି ପଣ୍ଡ ହୋଇଛି । ଆମର ଏକମାତ୍ର ସଂକଳ୍ପ, ଓଡିଶାର ଶେଷ ଯୋଗ୍ୟ ହିତାଧିକାରୀର ମୁଣ୍ଡ ଉପରେ ପକ୍କାଘର ତିଆରି ହେବା ପର‌୍ୟ୍ୟନ୍ତ ଭାରତୀୟ ଜନତା ପାର୍ଟି ତାର ଏହି ଆନ୍ଦୋଳନକୁ ଜାରୀ ରଖିବ ।

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା – କରୋନା ସମୟର ଭୟାବହତାକୁ ଆଖି ଆଗରେ ରଖି ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ଲକ୍ଷ କୋଟିର ଅର୍ଥ ବରାଦ ସମଗ୍ର ଦେଶ ପାଇଁ କରିଥିଲେ । ଯଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କୁ ରାହା ମିଳି ଥାଆନ୍ତା । କିନ୍ତୁ ଓଡିଶାରେ ଶାସକ ଦଳନେତା ଓ ଜନ ପ୍ରତିନିଧି ମାନଙ୍କର ଲୋଲୁପତା ଦୃଷ୍ଟିରୁ ପାଖାପାଖି ପ୍ରତି ପଞ୍ଚାୟତରେ ହାରାହାରି ୪-୫ ଲକ୍ଷ ଟଙ୍କା ଫ୍‌ଲସ୍ ବିଲ୍ କରାଗଲା ଏବଂ ପ୍ରାୟତଃ ସମସ୍ତ ସ୍ଥାନରେ ମେସିନ୍ ଦ୍ୱାରା ମଧ୍ୟ କାମ କରାଗଲା । ଫଳରେ, ଯେଉଁ ଉଦ୍ଦେଶ୍ୟରେ ଏହି ଯୋଜନା ହୋଇଥିଲା, ତା’ର ସୁଫଳ ଓଡିଆ ଲୋକ ପାଇଲେ ନାହିଁ ଓ ପ୍ରବାସୀ ଶ୍ରମିକମାନେ ନିଜ ପେଟ ବିକଳରେ ସଂକ୍ରମଣ ସମୟରେ ସୁଦ୍ଧା ବାହାରକୁ ଯିବା ପାଇଁ ବାଧ୍ୟ ହେଲେ । ଏ ସମସ୍ତ କାର‌୍ୟ୍ୟ ରାଜ୍ୟ ସରକାରଙ୍କର ଜ୍ଞାତ ସାରରେ ହୋଇଥିଲେ ହେଁ ଦଳୀୟ ନେତାଙ୍କୁ ପୁଷ୍ଟ କରିବା ପାଇଁ ଏହାକୁ ପ୍ରଶ୍ରୟ ଦିଆଗଲା ।

କୃଷକ ଓ ଧାନମଣ୍ଡିରେ ଅବ୍ୟବସ୍ଥା – କୃଷକ ଆମ ପ୍ରଦେଶର ସବୁଠାରୁ ଅବହେଳିତ ବର୍ଗ । କେନ୍ଦ୍ର ସରକାର ସଏଲ ହେଲ୍‌ଥ କାର୍ଡଠାରୁ ଆରମ୍ଭ କରି ବୀମା, ସିଚାଇ ଯୋଜନା, ସର୍ବନିମ୍ନ ସହାୟକ ମୂଲ୍ୟକୁ ୫୦%ରୁ ଅଧିକ ବୃଦ୍ଧି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, କୃଷକ ମାନଧନ ପେନସନ୍ ଇତ୍ୟାଦିର ବହୁବିଧ ଯୋଜନା କରିଥିଲେ ହେଁ ଆଜି ରାଜ୍ୟ ସରକାର ଧର୍ମକୁ
ଆଖିଠାର ମାରିବା ଭଳି ଏଗୁଡିକର କାର‌୍ୟ୍ୟାନ୍ୱୟନ ନକରି ଓଡିଶାର ଚାଷୀଙ୍କ ମେରୁଦଣ୍ଡରେ ଆଘାତ ଦେଉଛନ୍ତି । ଗତ କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଷାନ ସମ୍ମାନ ନିଧି ପାଇଁ ରାଜ୍ୟ ସରକାର କାହିଁକି ନାମ ତାଲିକା ପୂର୍ଣ୍ଣାଙ୍ଗ କରି ଦେଇ ନାହାନ୍ତି ସେ ବାବଦରେ ଯେଉଁ ପ୍ରଶ୍ନ କରିଛନ୍ତି, ତାହାର ଉତ୍ତର ରାଜ୍ୟ ସରକାର ପାଖରେ ନାହିଁ । ଓଡିଶାରେ ଧାନ କିଣିବା ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ଦେଇଥିଲେ ହେଁ, ମଣ୍ଡିରେ ଅବ୍ୟବସ୍ଥାକୁ ସରକାର ଜାଣିଶୁଣି କରାଇ ଓଡିଶା ଚାଷୀଙ୍କର ଧୈର‌୍ୟ୍ୟର ପରୀକ୍ଷା କରୁଛନ୍ତି । ଯୋଗାଣ ବିଭାଗ ସେଌକ୍ଷଗ୍ଧ;୍ରାଲାଇଜ୍ ଟୋକନ୍ ଇସ୍ୟୁ କରୁଛି, କିନ୍ତୁ ଜିଲ୍ଲା ପ୍ରଶାସନ ମଣ୍ଡିକୁ ଚକ୍ସକ୍ଟମଙ୍କକ୍ସରଜ୍ଞରଦ୍ଭଗ୍ଧ ଗ୍ଧବକ୍ସଶରଗ୍ଧ ଦେଇନାହିଁ, ଏଭଳି ତାଳମେଳର ଅଭାବ ଅତୀତରେ କେବେ ହୋଇନଥିଲା । ଏ ବିଷୟରେ ରାଜ୍ୟ ସରକାର ଚୁପ୍ ବସିଛନ୍ତି । ଓଡିଶାର ଚାଷୀଙ୍କୁ ଆଭାବୀ ବିକ୍ରୀ କରାଇବା ଭଳି ଏକ ବାଧ୍ୟତାମୂଳକ ପରିସ୍ଥିତି ଉପୁଜା ଯାଉଛି । ସେ ଷଡଯନ୍ତ୍ରରେ ଉଭୟ ମିଲ୍‌ର ଓ ରାଜ୍ୟ ସରକାରଙ୍କ ର ମଧୁ ଚନ୍ଦ୍ରିକା ହିଁ ଦାୟୀ । ଏ ବାବଦରେ ଆମେ ରାଜନୈତିକ ଲଢେଇ ଆରମ୍ଭ କରି ସାରିଛେ ଏବଂ ଏହାକୁ ଆହୁରି ଆଗକୁ ନେବା ପାଇଁ ଦଳ ବଦ୍ଧ ପରିକର ହେଉ ।

ଜାତୀୟ ଖାଦ୍ୟ ସୁରକ୍ଷା ମିଶନ –

୨୦୧୫ରେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ହେବା ପରଠାରୁ ଏହା ବିବାଦୀୟ ହୋଇ ରହିଛି । ବିଭିନ୍ନ ଅଂଚଳରେ ସଂପୂର୍ଣ୍ଣ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଇ ଶାସକ ଦଳର ସଦସ୍ୟ ଅଯୋଗ୍ୟ ହିତାଧିକାରୀଙ୍କୁ ଖାଉଟି କାର୍ଡ ଦିଅଯିବାର ବହୁ ନଜିର ଆମ ସାମ୍ନାରେ ଅଛି । ୨୦୧୯ ନିର୍ବାଚନ ପାଇଁ ରାଜ୍ୟ ସରକାର ନିଜସ୍ୱ ଏକ ଖାଦ୍ୟ ସୁରକ୍ଷା ଯୋଜନା ନାମରେ ଦଳୀୟ ଲୋକ ଓ ସମର୍ଥକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଆରମ୍ଭ କଲେ । ପରବର୍ତ୍ତୀ ସମୟରେ ଯେତେବେଳେ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ ଗୁଡିକ ଆଧାର ଲିଂକ କରାଗଲା, ଚଞ୍ଚକତା କରି ବିଭିନ୍ନ ବ୍ଳକ୍‌ରେ ଅନେକ ଯୋଗ୍ୟ ଲୋକଙ୍କର ନାମକୁ ସୁଦ୍ଧା କାଟି ଦିଆଗଲା ଓ ଠବମବଦ୍ଭମଚ୍ଚ ଜାଗାରେ ପାଖାପାଖି ୧୩ ଲକ୍ଷ ବିଜୁ ଖାଦ୍ୟ ସୁରକ୍ଷା କାର୍ଡର ନାମକୁ ସେହି ସ୍ଥାନରେ ଅନ୍ତର୍ଭୁକ୍ତ କରିବାକୁ ଷଡଯନ୍ତ୍ର ରାଜ୍ୟ ସରକାର କଲେ । ଆଜି ଅନେକ ଗରିବ ଲୋକ ଖାଉଟି କାର୍ଡ ପାଇଁ ହନ୍ତସନ୍ତ ହେଉଛନ୍ତି । ରାଜ୍ୟରେ ଖାଦ୍ୟ ସୁରକ୍ଷାର କ୍ରିୟାନ୍ୱୟନ ଠିକ୍‌ରେ ହୋଇନଥିବା କାରଣରୁ ପ୍ରତିବର୍ଷ ପାଖାପାଖି ୨୫୦-୨୭୦ କୋଟି ଟଙ୍କା ହରିଲୁଟ୍ ହେଉଛି ଏବଂ ଏହାର ସିଂହଭାଗ ଅନୁଦାନ କେନ୍ଦ୍ର ସରକାରଙ୍କର ପ୍ରଦତ୍ତ ସବ୍‌ସିଡି । ଏ ସମସ୍ତ କାର‌୍ୟ୍ୟ ରାଜ୍ୟ ସରକାରଙ୍କର ଜ୍ଞାତସାରରେ ହେଉଛି ଏବଂ ସରକାର ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ଚୁପ୍‌ଚାପ୍ ଅଛନ୍ତି ।

କାମ୍ପା ଫଣ୍ଡ୍‌ର ଦୁରୁପଯୋଗ –

ଓଡିଶାରେ ସବୁଜ ବଳୟ ସୃଷ୍ଟି ପାଇଁ କେନ୍ଦ୍ର ସରକାର ୫୯୯୩ କୋଟି ଟଙ୍କାର ବ୍ୟାପକ ଅର୍ଥ ବରାଦ କରିଛନ୍ତି । ଓଡିଶା ସରକାରଙ୍କ ବନ ବିଭାଗ ଏହାର ଦୁରୁପଯୋଗ କରି ବ୍ୟାପକ ଭ୍ରଷ୍ଟାଚାର କରିଛନ୍ତି । ବିଭିନ୍ନ ବ୍ୟକ୍ତିଙ୍କର ନାମରେ ଥିବା ଆକାଉଣ୍ଟକୁ ଉକ୍ଟଦ୍ଭଗ୍ଧକ୍ସବମଗ୍ଧକ୍ଟକ୍ସ ଭାବରେ ଗକ୍ଟଦ୍ଭରଚ୍ଚ ଞକ୍ସବଦ୍ଭଗ୍ଦଲରକ୍ସ କରିବାପରେ ସେହି ଅର୍ଥକୁ
ବନ ବିଭାଗୀୟ କର୍ମଚାରୀମାନେ ପୁଣି ଉଠାଣ କରିଥିବାର ଅନେକ ପ୍ରମାଣ ବିଭିନ୍ନ ଯାଗାରୁ ଆସିଥିଲେ ହେଁ ରାଜ୍ୟ ସରକାର ଏହାକୁ ପ୍ରୋତ୍ସାହନ ଦେବାର କାମ କରୁଛନ୍ତି । ସାଧାରଣ ଟ୍ୟାକ୍ସ୍ ଦାତାଙ୍କ ଅର୍ଥରେ ଏଭଳି ଭ୍ରଷ୍ଟାଚାର ବରଦାସ୍ତ କରାଯିବ ନାହିଁ ।

କୁପୋଷଣ – ଓଡିଶାରେ କୁପୋଷଣର ଶିକାର ବିଭିନ୍ନ ଜିଲ୍ଲାରେ ଏକ ଚର୍ଚିତ ବିଷୟ । ଯାଜପୁର ଜିଳ୍ଲାର ନଗଡା ହେଉ ବା ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳ ହେଉ, ଓଡିଶାର ଅଧିକାଂଶ ଜିଲ୍ଲା ଆଜି କୁପୋଷଣର ସମସ୍ୟା ସହ ଯୁଝୁଛି । କେନ୍ଦ୍ର ସରକାରଙ୍କର ବ୍ୟାପକ ସହାୟତା ସତ୍ତ୍ୱେ, ଓଡିଶା ସରକାରଙ୍କର ଏହାର ପ୍ରତିକାର ପାଇଁ କୈାଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ । ମହିଳା ସଶକ୍ତି କରଣରେ ପ୍ରତାରଣା – କେନ୍ଦ୍ର ସରକାରଙ୍କର ତଥା ବିଶେଷ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଆଗ୍ରହ କ୍ରମେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ଆଜିବୀକା ଯୋଜନା ଦ୍ୱାରା ସଶକ୍ତ କରିବାର ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ତାଙ୍କୁ ରାଜ୍ୟ ସରକାର ବିପଥ ଗାମୀ କରାଇଛନ୍ତି । ମହିଳା ଗୋଷ୍ଠୀମାନଙ୍କୁ ଆର୍ଥକ ସଶକ୍ତ କରିବା ପରିବର୍ତ୍ତେ ସେମାନଙ୍କୁ ନେଇ
ଭୋଟ ବ୍ୟାଙ୍କ୍ ରାଜନୀତି କରିବାର ଅପଚେଷ୍ଟା ସରକାର ଚଳାଇଛନ୍ତି ।

ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ –

ଗ୍ରାମାଞ୍ଚଳର ପାଖାପାଖି ୮୨ ଲକ୍ଷ ଘର ଭିତରୁ ମାତ୍ର ୪ ପ୍ରତିଶତ ପରିବାର ପାଇପ ଯୋଗେ ଜଳ ପାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନ ଯେ ଓଡିଶାର ସମସ୍ତ ପରିବାର ପାଇପ୍ ଯୋଗେ ପାଣି ପାଇବେ, ସେହି କାରଣରୁ ବ୍ୟାପକ ଅର୍ଥ ବରାଦ କରାଯାଇଛି । ଏହାକୁ ଠିକ୍ ଭାବେ କ୍ରିୟାନ୍ୱୟନ କରିବାରେ ରାଜ୍ୟ ସରକାର ନିଜର ବିଫଳତା ପ୍ରଦର୍ଶିତ କରିବା ଜାରୀ ରଖିଛନ୍ତି ।

ଡିଷ୍ଟ୍ରିକ୍ଟ ମିନରାଲ ଫଣ୍ଡ୍ – ଓଡିଶାର ଆଦିବାସୀ ଅଧ୍ୟୁଷିତ ଓ ଖଣି ଅଂଚଳର ବିକାଶ ପାଇଁ ଡି.ଏମ୍‌.ଏଫ୍‌ରେ ମୋଟ ୭୮୫୭ କୋଟି ଟଙ୍କା ଗଚ୍ଛିତ ଅଛି । ସରକାର କିନ୍ତୁ ଏହାର ମାତ୍ର ୨୧ ପ୍ରତିଶତ ଅର୍ଥାତ୍ ୧୬୭୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ହୋଇ ପାରିଛନ୍ତି । ଏଥିରେ ମଧ୍ୟ ବହୁ ଭ୍ରଷ୍ଟାଚାର ଓ ଅବ୍ୟବସ୍ଥା ଜଡିତ ଅଛି ।

କୋଭିଡ୍ ସଂକ୍ରମଣ ସମୟରେ ବ୍ୟାପକ ଦୁର୍ନୀତି – ସମଗ୍ର ରାଜ୍ୟ ଯେତେବେଳେ ସଂକ୍ରମଣ ଜାଲରେ ଥିଲା ଓ ସମସ୍ତେ ଆତଙ୍କିତ ଥିଲେ, ସେହି ସମୟରେ ରାଜ୍ୟ ସରକାରଙ୍କର ପ୍ରାୟୋଜିତ ଭ୍ରଷ୍ଟାଚାର ଆକାଶ ଛୁଆଁ ହୋଇଯାଇଥିଲା । ବିଭିନ୍ନ ପଦାର୍ଥ ମାନଙ୍କର ଖର୍ଦ୍ଦିଠାରୁ ଆରମ୍ଭ କରି ହସପିଟାଲମାନଙ୍କୁ ତଥା କୋଭିଡ୍ କେଆର ସେଣ୍ଟରମାନଙ୍କୁ ଦିଆଯାଉଥିବା ଅର୍ଥର କୈାଣସି ହିସାବ ନାହିଁ ଓ ବ୍ୟାପକ ଦୁର୍ନତି ହୋଇଛି । ଏହାର ହିସାବ ଆଜି ସୂଚନା ଅଧିକାରରେ ବି ଦେବାକୁ ସରକାର ଅକ୍ଷମ ଅଛନ୍ତି ।

ସ୍କୁଲ ବଂଦ ଓ ଶିକ୍ଷାର ଦୁରାବସ୍ତା – ଅନ୍ୟ ପ୍ରଦେଶ ମାନଙ୍କରେ ପ୍ରାଥମିକ ଶିକ୍ଷା ପାଇଁ ବ୍ୟାପକ ପ୍ରୋତ୍ସାହନ ଦିଆଯାଉଥିବା ବେଳେ, ଓଡିଶାରେ ସରକାର ଏକ ଭୁଲ୍ ନିଷ୍ପତ୍ତି ନେଇ ୯୦୦୦ ପ୍ରାଥମିକ ସ୍କୁଲ ବଂଦ କରିବାକୁ ଲାଗିଛନ୍ତି । ଏହାଦ୍ୱାରା ବ୍ୟାପକ ସ୍କୁଲ ଡ୍ରପ୍ ଆଇଟ୍ ବଢିବ ବୋଲି ଚେତାବନୀ ଦେବା ସତ୍ୱେ ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତିରୁ ଓହରି ନାହାନ୍ତି । ଉଚ୍ଚଶିକ୍ଷା ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ଶିକ୍ଷକ ଅଭାବ ଏକ ଅସହନୀୟ ଘଟଣା ।

କୃଷିର ଉନ୍ନତ ଓ ଜଳସେଚନର ସୁବିଧା ଓଡିଶା ସରକାରଙ୍କର ଶେଷ ଚକ୍ସସକ୍ଟକ୍ସସଗ୍ଧଚ୍ଚ
 ଇଗଝଇଜ ଇମଗ୍ଧ ୧୯୫୮ ଅନୁଯାୟୀ ଯେ କୈାଣସି ହେରିଟେଜ୍ ମନୁମେଣ୍ଟ ବାବଦରେ ଏକ ନିର୍ଦ୍ଦିଷ୍ଟ ନିତୀ ଅନୁସତ ହୋଇଛି । ୧୦୦ ମିଟର ଭିତରେ କନଷ୍ଟ୍ରକସନ୍ ମନା ଓ ୩୦୦ ମିଟର ଭିତରେ ଘଗଇ ବା ଇଝଓ ର ବିନା ଅନୁମତିରେ ନିର୍ମାଣ ଉପରେ ପ୍ରତିବନ୍ଧ ଅଛି । ଘଗଇ ୟକ୍ସବଲଗ୍ଧ କ୍ସରକ୍ଟ୍ରକ୍ଟକ୍ସଗ୍ଧ କୁ ନେଇ ରାଜନୀତି କରୁଥିବା ରାଜ୍ୟ ସରକାର ଆଜି କିନ୍ତୁ ସ୍ୱାର୍ଥ ଦୃଷ୍ଟିରୁ ଶ୍ରୀଲିଙ୍ଗରାଜ ଓ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ମେସିନ୍ ଲଗାଇ ବିଭିନ୍ନ ମଠ ଓ ଅନ୍ୟ ମନୁମେଣ୍ଟ ଭାଙ୍ଗିବା ଅତି ଦୁର୍ଭାଗ୍ୟଜନକ ।
କେନ୍ଦ୍ର ସରକାରଙ୍କର ବ୍ୟାପକ ସହଯୋଗ ଏବଂ ରାଜ୍ୟ ସରକାରଙ୍କର ଅପାରଗତା –
– ବିପର‌୍ୟ୍ୟୟ ସହାୟତା – ଫନୀ – ୪୬୭୮ କୋଟି ଅର୍ଥ କେନ୍ଦ୍ର ସହାୟତା ଦିଆଯାଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ କ୍ଷତିଗ୍ରସ୍ତ
ଲୋକେ ଘର ଭଙ୍ଗା କ୍ଷତିପୂରଣ ପାଇନାହାନ୍ତି ।
– ବଜେଟ ସହାୟତା – ୩୬୨୯୯ କୋଟି ଟିକସ୍ ସେଆର୍ (୨୦-୨୧), ୨୨୫୮ କୋଟି ପଞ୍ଚାୟତ ଉନ୍ନତିକରଣ,
୧୦୮୭ କୋଟି ମ୍ୟୁନିସିପାଲ ଉନ୍ନତିକରଣ, ୨୧୯୩ କୋଟି ପ୍ରଶାସନ ।
– ରେଳବାଇ – କଂଗ୍ରେସର ଦଶ ବର୍ଷରେ ଆମେ ପାଇଥିଲେ ୪୨୩୨ କୋଟି ଟଙ୍କା, କିନ୍ତୁ ମୋଦୀ ସରକାରଙ୍କ ଛଅ
ବର୍ଷରେ ଓଡିଶାକୁ ୨୯୧୧୨ କୋଟି ଟଙ୍କା ।
? ୪୧୫ କିମିର ଉପକୂଳ ରାଜପଥ ଓଡିଶାର ବିକାଶର ଦ୍ୱାର ଖୋଲିବା ପାଇଁ ଏକ ପ୍ରମୁଖ ଦିଗ ହେବ ।
? ରାଜ୍ୟରେ ବେକାରୀ ସମସ୍ୟା ହୁ ହୁ ହୋଇ ବଢିଚାଲିଛି । ବେସରକାରୀ ଚାକିରୀ ଆଜି ସ୍ୱପ୍ନ । ରାଜ୍ୟର ସରକାରଙ୍କର ୫ ଲକ୍ଷ
୮୩ ହଜାର ସାଂକସନ୍‌ଡ୍ ପଦବୀ ଭିତରୁ ଖାଲି ପଡିଥିବା ୨୨.୫% ପଦବୀରେ ତୁରନ୍ତ ଓଡିଆ ଲୋକଙ୍କୁ ନିଯୁକ୍ତି ଦିଆଯିବାକୁ
ଦୃଢ ଦାବୀ ଉପସ୍ଥାପନ କରାଯାଇଛି ।
? ରାଜ୍ୟ ସରକାର ଜଙ୍ଗଲ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦିର୍ଘଦିନ ଧରି ବସବାସ କରୁଥିବା ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ
କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରିବାକୁ ଦାବୀ କରାଯାଇଛି ।
? ଶିମିଳିପାଳ ଭଳି ଏକ ଜୈବ ବିବିଧତାର ଐତିହାସିକ ଅଂଚଳ ଆଜି ଅଗ୍ନି କବଳରେ ଧ୍ୱଂସ ହୋଇଚାଲିଛି । ନୀଳଗିରିର
କୁଲଡିହା ସମେତ ରାଜ୍ୟର ଅନେକ ଜଙ୍ଗଲ ମଧ୍ୟ ଆଜି ଅଗ୍ନି ଗର୍ଭରେ । ରାଜ୍ୟର ସରକାର ଏପର‌୍ୟ୍ୟନ୍ତ ଗଭୀର ନିଦ୍ରାରେ
ଶୋଇଥିବା ଅତ୍ୟନ୍ତ ପରିତାପର ବିଷୟ ।
ବହୁ ସମୟରେ ଆମେ କହୁ ଯେ ଏ ସରକାରର ପରିବର୍ତ୍ତନ ଆବଶ୍ୟକ । କାହିଁକି ଏହା ଦରକାର, ଏହାର ଏକ ଖୋଲା ଚିଠା
ଆପଣଙ୍କର ଆଗରେ ରଖିବାର ପ୍ରୟାସ କରାଯାଇଛି । ଏହି କାର‌୍ୟ୍ୟ ସମିତିକୁ ଏହା ଅନୁରୋଧ ଯେ ଆମେ ଏହାକୁ ରାଜନୈତିକ
ଲଢେଇର ବିଷୟ ବସ୍ତୁ କରିବା ଏବଂ ଏହାକୁ ଏକ ଚୂଡାନ୍ତ ସ୍ଥିତି ଯାଏଁ ନେବା । ଏକ ଭ୍ରଷ୍ଟାଚାରୀ ଏବଂ ବିକାଶରେ ବାଧକ ସୃଷ୍ଟି
କରୁଥିବା ସରକାରଙ୍କୁ ବିଦା କରିବା ପାଇଁ ଏ ଲଢେଇ ଜାରୀ ରହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking