28.1 C
Bhubaneswar
Saturday, April 27, 2024
Homeଓଡିଶାବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ଘୋଷଣା କରାଯାଇଛି । ଓଡିଶାର ଖାଲି ପଡିଥିବା ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର, ମମତା ମହନ୍ତ ହେଲେ ରାଜ୍ୟସଭା ପ୍ରାର୍ଥୀ । ଆଜି ବିଜୁ ଜନତା ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପକ୍ଷରୁ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।
ସୁବାସ ସିଂହ ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ମୁନ୍ନା ଖାଁ ସଂଖ୍ୟାଲଘୁ ବ୍ୟାପାର ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେହିପରି ସୁଜିତ କୁମାର ସ୍ୱତନ୍ତ୍ର ବିକାଶ ପରିଷଦ୍‌ର ଉପଦେଷ୍ଟା ଥିବା ବେଳେ ମମତା ମହାନ୍ତ ମୟୂରଭଞ୍ଜ ବିଜେଡି ମହିଳା ଶାଖାର ସଦସ୍ୟା ଅଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ସୁବାସ ସିଂହଙ୍କ ସ୍ଥାନରେ ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ।

ରାଜ୍ୟସଭା ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। ଖାଲି ହେଉଥିବା ୫୫ଟି ଆସନ ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଛି। ଆସନ୍ତା ୨୬ ତାରିଖରେ ହେବ ନିର୍ବାଚନ।

https://onakhabar.com/2020/03/05/rajayasabha-election/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking