33.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁରକୋରେଇ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲା ବିଜେଡ଼ିର ପଦଯାତ୍ରା

କୋରେଇ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲା ବିଜେଡ଼ିର ପଦଯାତ୍ରା

କୋରେଇ : କୋରେଇ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପଦଯାତ୍ରା ବ୍ୟାସ ନଗର ପୌର ପରିଷଦରୁ ଆରମ୍ଭ ହୋଇଛି । ରୂପାନ୍ତର ଓଡ଼ିଶାର ବାର୍ତ୍ତା, ଜନ ସେବାର ସଂକଳ୍ପ । ଆଜିଠୁ ଗାଁରୁ ଗାଁ, ଜିଲ୍ଲାରୁ ଜିଲ୍ଲା ଓ ପ୍ରତି ବ୍ଲକରେ ପଦଯାତ୍ରା କରି ଲୋକଙ୍କୁ ବୁଝାଇବ ବିଜେଡି । ଘରେ ଘରେ ପହଞ୍ଚିବେ ବିଜେଡି କର୍ମୀ ଓ ନେତା । ଏହି ପରିପେକ୍ଷୀରେ କୋରେଇ ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ବିଧାୟକ ଅଶୋକ ବଳଙ୍କ ନେତୃତ୍ୱରେ ବ୍ୟାସ ନଗର ପୌର ପରିଷଦ ରେନୂଆ ମାର୍କେଟରେ ଥିବା ଜାତିର ଜନକ ମହତ୍ମା ଗାନ୍ଧିଜୀଙ୍କ ଷ୍ଟାଚ୍ୟୁ ନିକଟରୁ ବିଜେଡ଼ିର ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇ ବିଜେଡ଼ିର ପଦଯାତ୍ରା ଆରମ୍ଭ ହୋଇ ଚୋରଦା ବାଇ ପାସ ଛକ ପର‌୍ୟ୍ୟନ୍ତ ଆସି ଥିଲା । ପଦଯାତ୍ରାରେ ପୌରଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଉପନଗରପାଳ ସୁବାସ ଚନ୍ଦ୍ର ବଳ, ଅଶୋକ ରାଉତ , ପ୍ରାର୍ଥ ସାରଥୀ ନାୟକ , ପୂର୍ବତନ ନଗର ପାଳ ରସାନନ୍ଦ ମହାନ୍ତି ସବିତା ରାଉତ, ବିଜେଡ଼ି ପରିଷଦ ବିଜେଡ଼ି ନାରୀ ନେତ୍ରୀ ଯୁବ ବିଜେଡ଼ି ଛାତ୍ର ବିଜେଡ଼ି ଓ ବହୁ ନେତୃ ଵୁନ୍ଦ ସାମିଲ ହୋଇ ପଦ ଯାତ୍ରା କୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking