40.1 C
Bhubaneswar
Thursday, April 25, 2024
Homeଓଡିଶାଗାନ୍ଧିଜୀଙ୍କ ଜୀବନ ମୂଲ୍ୟବୋଧ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବ : ବିଜେପି

ଗାନ୍ଧିଜୀଙ୍କ ଜୀବନ ମୂଲ୍ୟବୋଧ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବ : ବିଜେପି

‘ସେବା ପକ୍ଷ’ର ଶେଷ ଦିବସରେ ଗାନ୍ଧୀ ଜୟନ୍ତୀ ପାଳିତ

 ସ୍ୱଚ୍ଛ ଭାରତ ଅଭିଯାନରେ ଜନତା ମଇଦାନରେ ସଫେଇ କଲା ବିଜେପି

ଭୁବନେଶ୍ୱର : ଆଜି ସାରା ଦେଶ ଗାନ୍ଧିଜୀଙ୍କ ୧୫୩ତମ ଜନ୍ମ ଜୟନ୍ତୀ ପାଳନ କରୁଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ବି ଶାସ୍ୱତ ଓ ପ୍ରାସଙ୍ଗିକ ହୋଇଛି । ପୂଜ୍ୟ ବାପୁଙ୍କ ଜୀବନ ମୂଲ୍ୟବୋଧ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବ । ଗାନ୍ଧିଜୀ ସର୍ବଦା ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସୁଥିଲେ ଏବଂ ଏହାକୁ ଭାରତବର୍ଷରେ ଏକ ଜନଆନ୍ଦୋଳନରେ ପରିଣତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ‘ସେବା ପକ୍ଷ’ର ଆଜି ଶେଷ ଦିବସ । ଏହି ଅବସରରେ ଆଜି ବିଜେପି ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ସ୍ୱଚ୍ଛତା ଅଭିଯାନ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗତ ୨୯ ଓ ୩୦ ତାରିଖରେ ଦୁଇଦିନିଆ ଓଡିଶା ଗସ୍ତରେ ଆସି ‘ଶକ୍ତିକେନ୍ଦ୍ର ଓ ସଂଯୁକ୍ତ ମୋର୍ଚ୍ଚା ସମାବେଶ’ ସ୍ଥଳୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ବିଜେପି ସ୍ୱଚ୍ଛଭାରତ ଅଭିଯାନ ପ୍ରକୋଷ୍ଠ ତରଫରୁ ଆଜି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତିଙ୍କ ନେତୃତ୍ୱରେ ବହୁ ନେତା ଓ କାର୍ଯ୍ୟକର୍ତା ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍ଥାନୀୟ ସାଂସଦ ତଥା ଉପସଭାପତି ଅପରାଜିତା ଷଡଙ୍ଗୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମହାନ୍ତି, ସହ ସଂଯୋଜକ ପଦ୍ମଜା ଦେବତା, କାଳୀପ୍ରସାଦ ମିଶ୍ର, ଅଶୋକ ସେଠୀ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟ କରିବା ସହିତ ଅଳିଆ ଆବର୍ଜନ ମୁକ୍ତ କରିବା ପାଇଁ ସଚେତନ କରାଇଥିଲେ । ଏହା ପରେ ଗାନ୍ଧିଜୀଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।
ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଦେଶବ୍ୟାପୀ ଅମୃତ ମହୋତ୍ସବ ପାଳନ କରାଯାଉଥିବାରୁ ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ସ୍ୱତନ୍ତ୍ର ହୋଇପଡିଛି । ‘ଲୋକାଲ ଫର୍ ଭୋକାଲ’କୁ ପ୍ରାଥମିକତା ଦେଇ ଖଦୀ ବସ୍ତ୍ର ପରିଧାନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ସେହିପରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ଜନ୍ମଦିନ ଏବଂ ତାଙ୍କ ‘ସବୁଜ ଭାରତ’ ଗଢି ତୋଳିବାର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଇଥିବା ଆହ୍ୱାନକୁ ସାକାର କରିବା ଆମ ସମସ୍ତଙ୍କ ଦାୟୀତ୍ୱ । ଏହି ଅବସରରେ ଆଜି ବିଜେପି ନେତା ଓ କାର୍ଯ୍ୟକର୍ତାମାନେ ବିଭିନ୍ନ ସ୍ଥାନରେ ଖଦୀ ବସ୍ତ୍ର କିଣି ପରିଧାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking