28.1 C
Bhubaneswar
Friday, April 26, 2024
Homeଖେଳଦ୍ଵିତୀୟ ଟି-୨୦: ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି

ଦ୍ଵିତୀୟ ଟି-୨୦: ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି

ଗୌହାଟି: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସିରିଜର ଦ୍ଵିତୀୟ ଟି-୨୦ ମ୍ୟାଚ୍ ଆଜି ଖେଳାଯିବ। ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଜିତି ସିରିଜରେ ୧-୦ରେ ଆଗୁଆ ଅଛି ଭାରତୀୟ ଟିମ୍ । ଏହିକ୍ରମରେ ରବିବାର ଖେଳାଯିବାକୁ ଥିବା ୨ୟ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜକୁ କବଜା କରିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । କିନ୍ତୁ ସେପଟେ ମଧ୍ୟ ଭ୍ରମଣକାରୀ ଦଳ କମବ୍ୟାକ୍ କରିବାକୁ ପ୍ରସ୍ତୁତ । ମୁକାବିଲାରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନି।ତେବେ ରବିବାରର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି । ଯଦି ଭ୍ରମଣକାରୀ ଦଳ ଆଜିର ମ୍ୟାଚ୍ ହାରିଯାଏ, ତେବେ ସିରିଜକୁ ବି ହାତଛଡ଼ା କରିଦେବ । କିନ୍ତୁ ରୋହିତ ବାହିନୀ ପାଇଁ ଏକ ସୂର୍ବଣ୍ଣ ସୁଯୋଗ ରହିଛି । ଯଦି ଭାରତୀୟ ଟିମ୍ ୨ୟ ଟି-୨୦ ମ୍ୟାଚ୍ ଜିତି ସିରିଜକୁ କବ୍ଜା କରୁଛି । ତେବେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ପ୍ରଥମ ସିରିଜ୍ ବିଜୟୀ ହେବ ।ସେପଟେ ପ୍ରଥମ ମ୍ୟାଚ୍ ପରେ ୨ୟ ମ୍ୟାଚରେ ଭାରତୀୟ ଟିମରେ ପରିବର୍ତ୍ତନର କରାଯାଇନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking