31.1 C
Bhubaneswar
Monday, May 6, 2024
Homeରାଜନୀତିଗ୍ରାମୀଣ ଗୃହ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଙ୍କ ଉତ୍ତର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ:...

ଗ୍ରାମୀଣ ଗୃହ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଙ୍କ ଉତ୍ତର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ବିଜେଡ଼ି

 କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତିଙ୍କ ଉତ୍ତରକୁ କଡା ବିରୋଧ କଲା ବିଜେଡି
 ଜବାବ ରଖିଲେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର
 ମନ୍ତ୍ରୀ ରଖିଥିବା ଉତ୍ତର ସ୍ପୃହଣୀୟ ନୁହେଁ
 ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପୁରସ୍କୃତ କରିଛନ୍ତି କେନ୍ଦ୍ର ସରକାର
ଭୁବନେଶ୍ୱର : ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପ୍ରସଙ୍ଗରେ ଲୋକସଭାରେ କେନ୍ଦ୍ର ଗ୍ରାମ୍ୟ
ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ବିଜେପି ସାଂସଦ ସୁରେଶ ପୂଜାରୀଙ୍କ ପ୍ରଶ୍ନରେ ଯେଉଁ ଉତ୍ତର ରଖିଛନ୍ତି ତାହା ଅତ୍ୟନ୍ତ
ଦୁର୍ଭାଗ୍ୟଜନକ, ବିଭ୍ରାନ୍ତିକର ଏବଂ ପକ୍ଷପାତିତାକୁ ଦର୍ଶାଉଛି ଯାହା ତାଙ୍କ ଦପ୍ତର ପାଇଁ ଆଦୌ ସ୍ପୃହଣୀୟ ନୁହେଁ ବୋଲି କହିଛନ୍ତି ବିଜେଡି
ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଲୋକସଭାରେ ବିଜେପି ସାଂସଦ ଶ୍ରୀ ପୂଜାରୀଙ୍କ ୨୫୦୫ ନମ୍ବର ପ୍ରଶ୍ନର ଉତ୍ତର ଉପରେ ମନ୍ତବ୍ୟ ଦେଇ ଡକ୍ଟର ପାତ୍ର କହିଛନ୍ତି
ଯେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇଥିବାବେଳେ ରାଜ୍ୟ ସରାକରଙ୍କୁ ବଦନାମ ସହିତ ଓଡିଶାର ଗରିବ
ଲୋକଙ୍କୁ ଘର ପାଇବାରୁ ବଞ୍ଚିତ ପାଇଁ ବିଜେପି ଏଭଳି ଷଡଯନ୍ତ୍ର କରୁଛି ।
କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ଦେଇଥିବା ସ୍ମାରକପତ୍ର ସଂକ୍ରାନ୍ତରେ ଯାହା ଉଲ୍ଲେଖ କରିଛନ୍ତି
ତାହା ଅତ୍ୟନ୍ତ ଦୁଃଖଦାୟକ । ମନ୍ତ୍ରୀଙ୍କ ଉତ୍ତରରେ କେବେହେଲେ କୌଣସି ରାଜନୈତିକ ଦଳର ସ୍ମାରକପତ୍ର ବିଷୟରେ ଉଲ୍ଲେଖ କରାଯାଏ
ନାହିଁ । ତେଣୁ ଏଭଳି ଉତ୍ତର ରାଜନୈତିକ ଉଦ୍ଦେଶ୍ୟ ମୂଳକ ଏବଂ ଇଚ୍ଛାକୃତ ଭାବେ ଓଡିଶା ସରକାରଙ୍କୁ ନିନ୍ଦିତ କରିବା ଲାଗି ଉଦ୍ଦିଷ୍ଟ ।
ଏଥିରୁ ଜଣାପଡୁଛି ଯେ ସଂସଦରେ ମନ୍ତ୍ରୀଙ୍କର ଉତ୍ତର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବିଜେପିକୁ ରାଜନୈତିକ ଫାଇଦା
ଦେବାପାଇଁ ଏଭଳି ବିଭ୍ରାନ୍ତିକର ବ୍ୟକ୍ତବ୍ୟ ତାଙ୍କ ମନ୍ତ୍ରାଳୟ ପକ୍ଷରୁ ରଖାଯାଇଛି ଯାହାକୁ କି ପୂର୍ବରୁ ଓଡିଶା ସରକାର ସ୍ପଷ୍ଟ କରିସାରିଛନ୍ତି ।
ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସଂସଦୀୟ ଉତ୍ତରକୁ ରାଜନୀତିକରଣ କରି କେନ୍ଦ୍ରମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟର ସମ୍ମାନ ହ୍ରାସ କରୁଛନ୍ତି
ଏବଂ ୨୫୦୫ ନମ୍ବର ପ୍ରଶ୍ନର ଉତ୍ତରରେ ସେ ରଖିଥିବା ବକ୍ତବ୍ୟକୁ ସଂଶୋଧନ କରିବା ସହିତ ଏଭଳି ବିଭ୍ରାନ୍ତିକର ଭୁଲ୍‍ ତଥ୍ୟ ନରଖିବାକୁ
ବିଜେଡି ଦୃଢ ଭାବେ ଦାବି କରିଛି ।
ଓଡିଶା ହେଉଛି ସେହି ରାଜ୍ୟ ଯାହାକୁ ଭାରତ ସରକାର ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ ଓ
ପ୍ରଶଂସା କରିଛନ୍ତି । ବର୍ତ୍ତମାନ ଏଭଳି ରାଜନୈତିକ ଉଦ୍ଦେଶ୍ୟ ସହିତ ଓଡିଶାର ଭଲ କାର୍ଯ୍ୟକୁ ନିନ୍ଦିତ ଲାଗି ଉଦ୍ୟମ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଡକ୍ଟର ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking