38.1 C
Bhubaneswar
Friday, April 26, 2024
Homeଓଡିଶାବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଦ୍ୱାରା ନନ୍ଦିନୀ ଶତପଥିଙ୍କ ପଞ୍ଚଦଶତମ ଶ୍ରାଦ୍ଧବାର୍ଷିକୀ ପାଳିତ

ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଦ୍ୱାରା ନନ୍ଦିନୀ ଶତପଥିଙ୍କ ପଞ୍ଚଦଶତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର: ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ତରଫରୁ ମହିୟସୀ ନାରୀନେତ୍ରୀ ଓ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥିଙ୍କର ପଞ୍ଚଦଶତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଅଛି । ଏହି ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ରାଜଧାନୀସ୍ଥିତ ରାଜଭବନ ନିକଟରେ ଥିବା ପ୍ରତିମୂର୍ତ୍ତିରେ ପୂର୍ବାହ୍ନ ୯ ଘଟିକା ସମୟରେ ସାମ୍ମୁଖ୍ୟ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଆବାହକ ରବିନାରାୟଣ ନନ୍ଦ, ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ରାଜ୍ୟ କମିଟି ସଦସ୍ୟ ଡ. ଜୀବନ ଦୀକ୍ଷିତ, ଦେବରାଜ ସେନାପତି, ବିଶିଷ୍ଟ ପାଲା ଗାୟକ ସୁରେନ୍ଦ୍ର ଛୋଟରାୟ, ସାମ୍ମୁଖ୍ୟର ଜିଲ୍ଲା କର୍ମକର୍ତ୍ତା ସତ୍ୟବ୍ରତ ଜେନା, ମନୋରଂଜନ ନାୟକ, ବୈକୁଣ୍ଠ ଭୋଇ, ଦେବଯାନୀ ଦାସ ଓ ବାବା ପଞ୍ଚଦେବ ପ୍ରମୁଖ । ଓଡ଼ିଶାର ଜଣେ ଅଗ୍ରଣୀ ନାରୀନେତ୍ରୀ ଭାବରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରି ରାଜ୍ୟର ବହୁବିଧ ଉନ୍ନତି କରିପାରିଥିବାରୁ ତଥା ତାଙ୍କର କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ସ୍ୱତନ୍ତ୍ର ଅବଦାନ ନିମନ୍ତେ ସେ ଉତ୍କଳୀୟ ଜନମାନସରେ ଏକ ଚିରସ୍ମରଣୀୟ ବ୍ୟକ୍ତିତ୍ୱ ଭାବରେ ସ୍ଥାନ ପାଇପାରିଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking