32.1 C
Bhubaneswar
Sunday, May 19, 2024
Homeଓଡିଶାସମସ୍ତ ସରକାରୀ ବିଦ୍ୟାଳୟରେ ହେବ ପ୍ଲେ ସ୍କୁଲ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ସମସ୍ତ ସରକାରୀ ବିଦ୍ୟାଳୟରେ ହେବ ପ୍ଲେ ସ୍କୁଲ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବୁଧବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ସମଗ୍ର ଶିକ୍ଷା ନୀତି ୨.୦ ଲାଗୁ କରିବା ଏବଂ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର କାର୍ଯ୍ୟକାଳ ଦୁଇ ବର୍ଷ ବଢାଇଯିବା ନିର୍ଣ୍ଣୟ ସାମିଲ । ସମଗ୍ର ଶିକ୍ଷା ଯୋଜନା ୨.୦ ୨୦୨୧ ଏପ୍ରିଲ ୧ ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ କରାଯିିବ । ଏଥିପାଇଁ ୨.୯୪ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷା ନୀତି ଆଧାରରେ ମସଗ୍ର ଶିକ୍ଷା ଯୋଜନା ୨.୦ରେ ପ୍ଲେ ସ୍କୁଲ ଓ ଅଙ୍ଗନୱାଡିକୁ ବିକଶିତ କରାଯିବ । ସମସ୍ତ ସରକାରୀ ବିଦ୍ୟାଳୟରେ ମଧ୍ୟ ପ୍ଲେ ସ୍କୁଲ ରହିବ । ସେହି ଅନୁରୂପ ଶିକ୍ଷକଙ୍କୁ ମଧ୍ୟ ପ୍ରସ୍ତୁତ କରାଯିବ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଫାଷ୍ଟ ଟ୍ରାକ କୋର୍ଟର କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇଛି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସମଗ୍ର ଶିକ୍ଷା ନୀତିକୁ ୨୦୨୧ ଏପ୍ରିଲ ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରସ୍ତାବକୁକ ମଞ୍ଜୁରୀ ମିଳିଛି । ଯୋଜନାରେ ୨.୯୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ କେନ୍ଦ୍ରର ଭାଗ ୧.୮୫ ଲକ୍ଷ ଟଙ୍କା ରହିଥିବା ବେଳେ ବାକି ଟଙ୍କା ରାଜ୍ୟ ସରକାର ବହନ କରିବେ । ଏହାରି ପରିଧିରେ ସରକାରୀ ଏବଂ ସରକାରୀ ସହାୟତାପ୍ରାପ୍ତ ୧୧.୬ ଲକ୍ଷ ସ୍କୁରର ୧୫.୬ କୋଟି ପିଲା ଓ ୫୭ ଲକ୍ଷ ଶିକ୍ଷକ ଆସିବେ । ଏହି ଯୋଜନା ଆଧାରରେ ପର୍ଯ୍ୟାୟକ୍ରମେ କିଛି ବର୍ଷରେ ସ୍କୁଲରେ ଶିଶୁ ବାଟିକା, ସ୍ମାର୍ଟ ଶିକ୍ଷା, ପ୍ରଶିକ୍ଷିତ ଶିକ୍ଷକଙ୍କ ବ୍ୟବସ୍ଥା କରାଯିବ । ଆନୁସଙ୍ଗିକ ଭିତ୍ତିଭୂମି, ବ୍ୟବସାୟିକ ଶିକ୍ଷା ଓ ରଚନାତ୍ମକ ଶିକ୍ଷାର ବିକାଶ କରାଯିବ । ସମଗ୍ର ଶିକ୍ଷା ଅଭିଯାନରେ ସ୍କୁଲରେ ଶିକ୍ଷାଠୁ ନେଇ କ୍ରୀଡା ପର୍ଯ୍ୟନ୍ତ ସକରାତ୍ମକ ବାତାବରଣ ସୃଷ୍ଟି କରାଯିବ । ଏଥିରେ ଛାତ୍ର-ଛାତ୍ରୀଙ୍କୁ ଅନେକ ପ୍ରକାରର ପ୍ରୋତ୍ସାହନ ମିଳିବ ।

ଅନୁସୂଚିତ ଜାତି ଓ ଜନଜାତିର ପିଲାମାନଙ୍କ ପାଇଁ ବିଶେଷ ଅର୍ଥ, ଖେଳ ପାଇଁ ବିଶେଷ ଯୋଜନା କରାଯାଇଛି । ସ୍କୁଲର ଛାତ୍ରଛାତ୍ରୀମାନେ କିଛିଦିନ ଯେମିତି ବିନାବ୍ୟାଗରେ ଆସି ସ୍ଥାନୀୟ ହସ୍ତକଳା ଇତ୍ୟାଦି କାରିଗର ମାନଙ୍କ ଠାରୁ ଶିକ୍ଷାଗ୍ରହଣ କରିପାରିବେ ସେଥିପାଇଁ ନୂଆ ଚିନ୍ତନ ଆରମ୍ଭ କରାଯାଇଛି । ଛାତ୍ରୀନିବାସ ମାନଙ୍କ ପାଇଁ ଆର୍ôଥକ ସୁବିଧା, ଛାତ୍ରୀମାନଙ୍କ ପାଇଁ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ପାଇଁ ମୁଣ୍ଡପିଛା ଖର୍ଚ୍ଚ ୩ ହଜାର ଟଙ୍କାରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଛାତ୍ରଛାତ୍ରୀ ମାନେ ଯେଉଁ ଆର୍ôଥକ ସହାୟତା ପାଇବେ ତାହା ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତାରେ କମ୍ ସମୟରେ ପହଞ୍ଚାଯିବାର ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାରେ ବର୍ଷକୁ ୨୦ ପ୍ରତିଶତ ହିସାବରେ ୫ ବର୍ଷରେ ଶତପ୍ରତିଶତ ସ୍କୁଲର ସୋସିଆଲ୍ ଅଡିଟ୍ ବ୍ୟବସ୍ଥା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଏହାସହ ଏହି ଯୋଜନା କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ରାଜ୍ୟମାନଙ୍କର ଗୋଟିଏ କ୍ରିୟାନ୍ୱୟନ ସଂସ୍ଥା ମାଧ୍ୟମରେ ଏହାକୁ ସଫଳ କରିପାରିବ ତାହାର ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାର କ୍ରିୟାନ୍ୱୟନ କ’ଣ କ’ଣ ସୁଫଳ ଆଣିବ ଓ ବିଶେଷ ଭାବରେ ସମାଜର ବଞ୍ଚିତ ବର୍ଗକୁ ଅଧିକ ସହାୟକ ହୋଇପାରିବ ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତାର ହାତ ବଢାଯାଇପାରିବ । ଏହି ନୀତି ଅଧିକ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking