28.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନେଶ୍ୱରରେ ବାର୍ଡ ଫ୍ଲୁ

ଭୁବନେଶ୍ୱରରେ ବାର୍ଡ ଫ୍ଲୁ

ଭୁବନେଶ୍ୱର: ଭୁବନେଶ୍ୱର ଓୟୁଏଟି ରେ ବାର୍ଡ ଫ୍ଲୁ ଚିହ୍ନଟ । କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ଏ ସମ୍ପର୍କରେ ଓୟୁଏଟି କର୍ତ୍ତୃପକ୍ଷ ସରକାରଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି । ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଗତ ଦୁଇଦିନ ହେଲା ଓଡ଼ିଶା କୃଷି ବିଦ୍ୟାଳୟ (ଓୟୁଏଟି) ଅଧିନସ୍ଥ ଫାର୍ମରେ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା ।ମୃତ କୁକୁଡ଼ାଙ୍କ ସଂଖ୍ୟା 2ରୁ 3 ହଜାର ଥିବା ମଧ୍ୟ ସୂଚନା ରହିଛି । ଫଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ  ବାର୍ଡ ଫ୍ଲୁ ଆଶଙ୍କା କରି  କୁକୁଡ଼ାଙ୍କ ରକ୍ତ ନମୁନା ଭୋପାଳସ୍ଥିତ ଟେଷ୍ଟିଂ ଲ୍ୟାବ୍‌କୁ ପଠାଇଥିଳେ । ଭୋପାଲ ଟେଷ୍ଟିଙ୍ଗ ଲାବରୁ ଆସିଲା ବାର୍ଡ ଫ୍ଲୁ ରିପୋର୍ଟ । ଆସନ୍ତାକାଲି ଠାରୁ ଆରମ୍ଭ ହେବ କୁକୁଡ଼ା ମରା ଅଭିଯାନ । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଯଥାସମ୍ଭବ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।ଓୟୁଏଟି ଠାରୁ ୧କିମି ପରିବ୍ୟାପ୍ତ ଅଞ୍ଚଳରେ କୁକୁଡ଼ା ମାରିବାକୁ ପଦକ୍ଷେପ ନିଆଯାଇଛି । ଓୟୁଏଟି ଫାର୍ମରେ ଶହସ୍ରାଧିକ କୁକୁଡ଼ା ରହିଥିବା ସୂଚନା ମିଳିଛି ।

https://onakhabar.com/2020/01/27/nirvaya-rape-case-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking