28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଭିଅନ ଇନଫ୍ଲୁଏଞ୍ଜା ଠାରୁ ସୁରକ୍ଷିତ ରହିବା ପାଇଁ ନିହାତି ଭାବରେ ଜାଣି ରଖନ୍ତୁ ଏହି କଥା

ଆଭିଅନ ଇନଫ୍ଲୁଏଞ୍ଜା ଠାରୁ ସୁରକ୍ଷିତ ରହିବା ପାଇଁ ନିହାତି ଭାବରେ ଜାଣି ରଖନ୍ତୁ ଏହି କଥା

ନୂଆଦିଲ୍ଲୀ: ଯେତେବେଳେ ଆମେ ମହାମାରୀ କରୋନା ଭାଇରସ ଠାରୁ ଟିକିଏ ଆଶ୍ୱସ୍ତି ଲାଭ କରିବାକୁ ଯାଉଛୁ, ସେହି ସମୟରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟିଛି । ଯାହାକୁ ଆମେ ଆଭିଅନ ଫ୍ଲୁ ମଧ୍ୟ କହୁଛୁ । ଏବେ ଭାରତର ବିଭିନ୍ନ ରାଜ୍ୟରେ ପୁନର୍ବାର ବାର୍ଡ ଫ୍ଲୁ ଦେଖା ଦେଇଛି । ଫଳରେ କର୍ତ୍ତୃପକ୍ଷ ବତକ, କୁକୁଡା ଏବଂ ଅନ୍ୟ ଡୋମେଷ୍ଟିକ ପକ୍ଷୀଙ୍କୁ ବଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହିପରି ଭାବରେ ପକ୍ଷୀଙ୍କ ମୃତ୍ୟୁ ସଂଖ୍ୟା ସାରା ଦେଶରେ ଭୟ ସଂଚାର କରିଛି । ଯେତେବେଳେ ସରକାର ଏହି ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଉଛନ୍ତି, ସେହି ସମୟରେ ଆପଣ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଉଚିତ୍ ।
ଅଧା ସିଝା ଅଣ୍ଡା, ଅଧା ସିଝା ଚିକେନ, ପକ୍ଷୀଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବା, ର ମିଟ୍ କୁ ଖୋଲାରେ ରଖିବା ଓ ଏହା ସହ ସିଧା ସଂସ୍ପର୍ଶରେ ଆସିବାକୁ ଏଡାଇବା ଉଚିତ । ଏହାଛଡା ମରି ଯାଇଥିବା ପକ୍ଷୀଙ୍କୁ ଖାଲି ହାତରେ ଛୁଇଁବା ଠାରୁ ବି ଦୂରେଇ ରୁହନ୍ତୁ । ଛୁଇଁବା ମାତ୍ରେ ଆପଣ ହାତକୁ ତତକ୍ଷଣାତ ସଫା କରନ୍ତୁ । ଏହାଛଡା ପରିଷ୍କାର, ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ । ବେଶି ସୁରକ୍ଷା ପାଇଁ ମାସ୍କ ଓ ଗ୍ଲୋଭସ ବ୍ୟବହାର କରନ୍ତୁ, ଯେତେବେଳେ ଆପଣ ର ଚିକେନ ଓ ଏ ସମ୍ବନ୍ଧିତ ପ୍ରଡକ୍ଟ ବ୍ୟବହାର କରୁଛନ୍ତି । ଭଲ ଭାବରେ ସିଝିଥିବା ମାସଂ କୁ ସର୍ବଦା ଖାଆନ୍ତୁ ।
ବାର୍ଡ ଫ୍ଲୁ  ହେବାର ଲକ୍ଷଣ କଣ
କଫ, ଜ୍ୱର, ଗଳାରେ ଘା ହେବା, ମାସଂପେଶୀ ଯନ୍ତ୍ରଣା ହେବା, ମୁଣ୍ଡ ବିନ୍ଧିବା, ନିଶ୍ୱାସ ନେବାରେ ବାଧା ହେବା ହେଉଛି ଏହାର ଲକ୍ଷଣ । ଲୋକମାନଙ୍କର ମଧ୍ୟ ଅନେକ ସମୟରେ ବାନ୍ତି ଓ ଡାଇରିଆ ହେବା ଲକ୍ଷଣ ସାମ୍ନାକୁ ଆସିଛି । ଏହାଛଡା କେତେକାଂଶରେ ଆଖି ସଂକ୍ରମିତ ହେବା ମାମଲା ବି ରହିଛି । ଏଚ୫ଏନ୧ ଯୋଗୁଁ ବାର୍ଡ ଫ୍ଲୁ ହୋଇଥାଏ ଏବଂ ଏହା ହେଉଛି ଇନଫ୍ଲୁଏଞ୍ଜା ଭାଇରସ । ଯେତେବେଳେ ଏହା ମନୁଷ୍ୟକୁ ସଂକ୍ରମିତ କରେ, ସେତେବେଳେ ଏହା ତାକୁ ମୃତ୍ୟୁମୁଖକୁ ମଧ୍ୟ ନେଇଯାଏ । ଯେତେବେଳେ ଜଣେ ବ୍ୟକ୍ତି ପକ୍ଷୀଙ୍କର ଅତି ନିକଟତର ହୁଏ ଓ ଦୁର୍ବଳ ପକ୍ଷୀଙ୍କ ସଂସ୍ପର୍ଶରେ ଆସେ, ସେତେବେଳେ ସେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking