28.1 C
Bhubaneswar
Saturday, April 27, 2024
Homeଓଡିଶାବାଇକ୍ ଦୁର୍ଘଟଣା, ୧ ମୃତ୍ୟୁ

ବାଇକ୍ ଦୁର୍ଘଟଣା, ୧ ମୃତ୍ୟୁ

ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ସିନ୍ଦୋଳ ପଞ୍ଚାୟତ ଅଧିନ ସେନବାଡ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଦୌଲତପୁର ପଞ୍ଚାୟତ ମାଲପୁର ଗାଁର ହୃଦାନନ୍ଦ ବେହେରାଙ୍କ ପୁଅ ସନ୍ଥ ବେହେରା(୨୫) ଓ ଗୁରୁତର ଆହତ ହୋଇଥିବା ହରିସିଂପୁର ପଞ୍ଚାୟତ ମାଣକାଣି ଗାଁର  ଚିତ୍ତରଞ୍ଜନ ଜେନାଙ୍କ ପୁଅ ଜଗବନ୍ଧୁ ଜେନା(୨୨) ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ତିହିଡିରୁ ଘରକୁ ଫେରୁଥିବା ବେଳେ ବାମପଟେ ଏକ ବାଲି ବୋଝେଇ ଟ୍ରକ ସହିତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଭୟ ମୂମୁର୍ଷ ଅବସ୍ଥାରେ ତଳେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ପରେ ସେମାନଙ୍କୁ ତୁରନ୍ତ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା । ସେଠାରେ ଜଗବନ୍ଧୁ ଜେନାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking