28.1 C
Bhubaneswar
Saturday, April 27, 2024
Homeଟେଲି ଦୁନିଆ‘ବିଗ୍‌ବସ୍‌-୧୩’ରେ ଭାଙ୍ଗିଲା ରଶ୍ମିଙ୍କ ହୃଦୟ

‘ବିଗ୍‌ବସ୍‌-୧୩’ରେ ଭାଙ୍ଗିଲା ରଶ୍ମିଙ୍କ ହୃଦୟ

ମୁମ୍ବାଇ: କଲର୍ସରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ ‘ବିଗ୍‌ବସ୍‌-୧୩’ରେ ଏବେ ଚାଲିଛି ହାଇଭୋଲ୍ଟେଜ୍‌ ଡ୍ରାମା। ଆଉ ଏବେ ଯହା ଘଟିଛି ତାହା ପୂରା ସୋଶାଲ୍‌ ମିଡିଆ ଓ ବିଗ୍‌ବସ୍‌ ହାଉସ୍‌କୁ ଦୋହଲାଇଦେଇଛି । ଗତକାଲି ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ରେ ସଲ୍‌ମାନ୍‌ ସମସ୍ତଙ୍କ ସାମ୍ନାରେ ଅରହାନ୍‌ଙ୍କ ଅସଲ ମୁଖା ଖୋଲିଥିଲେ । ଯାହାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଶେଷ କରି ରଶ୍ମି ଦେଶାଇଙ୍କୁ ଏକ ବଡ଼ ଝଟକା ଲାଗି ଥିବାର ଦେଖିବାକୁ ମିଳିଥିଲା । ଅରହାନ୍‌ ଖାନ୍‌ କିଛିଦିନ ତଳେ ବିବି-ହାଉସ୍‌ରେ ୱାଇଲ୍ଡ କାର୍ଡ଼ଭାବେ ରି-ଏଣ୍ଟ୍ରି କରିବାବେଳେ ରଶ୍ମିଙ୍କୁ ମୁଦି ଦେଇ ପ୍ରପୋଜ୍‌ କରିଥିଲେ । ଏହାପରେ ରଶ୍ମି ମଧ୍ୟ ହଁ କହିବା ସହ ବହୁତ ଖୁସି ମଧ୍ୟ ଥିଲେ । କିନ୍ତୁ ଗତ ଏପିସୋଡ୍‌ରେ ସଲ୍‌ମାନ୍‌ ଅରହାନ୍‌ଙ୍କ ମିଛର ପର୍ଦ୍ଦାଫାସ୍‌ କରିଥିଲେ । ସଲ୍‌ମାନ୍‌ ରଶ୍ମିଙ୍କୁ କହିଥିଲେ ଯେ ଆରହାନ୍‌ ପୂର୍ବରୁ ବିବାହିତ ଓ ତାଙ୍କର ଏକ ପିଲା ମଧ୍ୟ ଅଛି । ଏସବୁ ଶୁଣିବା ପରେ ଅରହାନ୍‌ଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରୁଥିବା ରଶ୍ମି ଭାଙ୍ଗିପଡ଼ିଥିଲେ । ରଶ୍ମିଙ୍କୁ ଅନେକ କାନ୍ଦିବା ଓ ଭାଙ୍ଗିପଡ଼ିଥିବା ଦେଖି ସଲ୍‌ମାନ୍‌ ନିଜେ ଘର ଭିତରକୁ ଯିବେ ଓ ତାଙ୍କୁ ସମ୍ଭାଳିବା ସହ ବୁଝାଇବେ ମଧ୍ୟ । ଏସବୁ ଆଜିର ଏପିସୋଡ୍‌ରେ ଦେଖିବାକୁ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking