31.1 C
Bhubaneswar
Friday, May 10, 2024
Homeଓଡିଶାବଡ ଖବର: ଇସ୍ତଫା ଦେଲେ ଉପବାଚସ୍ପତି

ବଡ ଖବର: ଇସ୍ତଫା ଦେଲେ ଉପବାଚସ୍ପତି

ଭୁବନେଶ୍ୱର: ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହଙ୍କ ଇସ୍ତଫା । ବାଚସ୍ପତିଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କଲେ ରଜନୀକାନ୍ତ ।ତେବେ ସେ ଉପବାଚସ୍ପତି ପଦରୁ କାହିଁକି ଇସ୍ତଫା ଦେଇଛନ୍ତି ସେ ସମ୍ପର୍କରେ ସେ ମୁହଁ ଖୋଲି ନଥିଲେ ମଧ୍ୟ ଦଳୀୟ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଦଳୀୟ ସଂଗଠନରେ ତାଙ୍କୁ କିଛି ଗୁରୁ ଦାୟିତ୍ବ ଦେବା ପାଇଁ ଦଳ ପକ୍ଷରୁ ଏମିତି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି। ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ତେବେ ସେ ସାମ୍ବିଧାନିକ ପଦବିରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟ ବୁଝିବା ସମ୍ଭବ ନୁହେଁ। ଅନୁଗୁଳ ଜିଲ୍ଲାରେ ଦଳର ସଂଗଠନ ସେତେଟା ମଜବୁତ୍‌ ନ ଥିବା କୁହାଯାଉଛି। ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ସବୁ ଜିଲ୍ଲାରେ ସଂଗଠନକୁ ମଜବୁତ୍ କରିବାକୁ ସବୁ ପ୍ରକାର ପ୍ରୟାସ କରୁଛି। ତେଣୁ ଅନୁଗୁଳରେ ରଜନୀକାନ୍ତ ସିଂହଙ୍କୁ ସାଂଗଠନିକ ଦାୟିତ୍ବ ଦିଆଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ‌ଯେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗତ ମେ’ ମାସରେ ବାଚସ୍ପତି ପଦବିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ଦଳର ସାଂଗଠନିକ ଆବଶ୍ୟକତା ଦୃଷ୍ଟିରୁ ଶ୍ରୀ ଆରୁଖଙ୍କୁ ସାମ୍ବିଧାନିକ ପଦବି ଛାଡ଼ିବାକୁ ପଡ଼ିଥିଲା।

ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ; ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଚେଷ୍ଟା ହବ – ସିପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking