28.1 C
Bhubaneswar
Saturday, April 27, 2024
Homeମନୋରଞ୍ଜନ୪୪ ବର୍ଷ ତଳର ସ୍ମୃତିକୁ ସୋସିଆଲ ମିଡିଆରେ ସେୟାର କଲେ ବିଗ ବି

୪୪ ବର୍ଷ ତଳର ସ୍ମୃତିକୁ ସୋସିଆଲ ମିଡିଆରେ ସେୟାର କଲେ ବିଗ ବି

ମୁମ୍ବାଇ :ଶତାବ୍ଦୀର ମହାନାୟକ ଅମିତାଭ ବଚନ ହିନ୍ଦୀ ସିନେ ଜଗତରେ ପ୍ରାୟ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ କାଟି ସାରିଲେଣି । ଏବେ ବି ବଲିଉଡ ଜଗତରେ ତାଙ୍କ ଦବଦବା ରହିଛି । ଆଜି ସଫଳତାର ଶୀର୍ଷରେ ପହଁଚିଥିବା ଅମିତାଭଙ୍କ ତାଙ୍କ କ୍ୟାରିୟର ଆରମ୍ଭରେ ଅନେକ କଠିନ ସ୍ଥିତିର ସାମ୍ନା କରିଛନ୍ତି । ଏକାଧିକ ଥର ବିଫଳତାର ସ୍ୱାଦ ଚାଖିବାକୁ ପଡିଛି ତାଙ୍କୁ । କିନ୍ତୁ ଗୋଟେ ସମୟରେ ଅମିତାଭଙ୍କ ଜୀବନ ରେଖା ଏକ ଭିନ୍ନ ମୋଡ ନେଇଥିଲା | ତାଙ୍କ ଝଲକ ଟିକେ ପାଇବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ଘଣ୍ଟା ଘଣ୍ଟା ଯାଏଁ ଲାଇନରେ ଛିଡା ଛିଡ଼ା ହୁଅନ୍ତି । ଆଉ ଏଭିତରେ ଅମିତାଭ ପୁରୁଣା ଦିନର ସ୍ମୃତି ସବୁକୁ ମନେପକାଇ ଏକ ଫଟୋ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସେସମୟରେ ଗୋଟେ ଝଲକ ପାଇବା ପାଇଁ ପ୍ରସଶଙ୍କ ମଧ୍ୟରେ ଯେମିତି ଏକ କ୍ରେଜ ଥିଲା ।

୪୪ବର୍ଷ ପୁରୁଣା ଏହି ଫୋଟୋରେ ଅମିତାଭ ନିଜେ ନଥିଲେ ସୁଦ୍ଧା ଏହି ଫଟୋଟି ଯେମିତି ତାଙ୍କ ହୃଦୟକୁ ଖୁବ ଛୁଇଁଥିଲା । ଏଥିରେ ଅମିତାଭଙ୍କ ପ୍ରତି ଥିବା ତାଙ୍କ ଫ୍ୟାନ୍ସ ମାନଙ୍କ କ୍ରେଜ ବାରି ହୋଇପଡୁଛି । ତାଙ୍କ ଫିଲ୍ମକୁ ନେଇ ଲୋକେ କେତେ ବିବ୍ରତ ହୋଇପଡନ୍ତି ତାହା ବି ଜଣାଯାଉଛି | ଅମିତାଭ ସେୟାର କରିଥିବା ଏହି ଫଟୋର କ୍ୟାପ୍ସନରେ ଅମିତାଭ ଲେଖିଛନ୍ତିକି “ମୋ ଫିଲ୍ମ ଡନର ଆଡଭାନ୍ସ ବୁକିଙ୍ଗ” । ଆଜିକୁ ୪୪ବର୍ଷ ତଳେ ୧୯୭୮ ମସିହାରେ ଅମିତାଭ ଙ୍କ ଏହି ଫିଲ୍ମ ପରଦା ଉପରକୁ ଆସିଥିଲା । ଡନ, ୟାଦେନ, ତ୍ରିଶୂଳ, ମୁକନ୍ଦର କା ସିକନ୍ଦର, ଗଙ୍ଗା କି ସୌଗନ୍ଧ ଆଦି ରିଲିଜ ହୋଇଥିବା ବେଳେ ଗୋଟେ ବର୍ଷ ଭିତରେ ଏହି 5ଟି ଫିଲ୍ମ ବ୍ଳକମନବ୍ଲଷ୍ଟର ହିଟ ହୋଇଥିଲା ।

କିଛି ଫିଲ୍ମ ତ ୫୦ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିଲା । ଅମିତାଭଙ୍କ ଏହି ଫଟୋ ଉପରେ ଫ୍ୟାନ୍ସ ମାନେ ବି ଜବରଦସ୍ତ କମେଣ୍ଟ ଦେଇଛନ୍ତି । ଲୋକମାନେ ନିଜ ଭଲ ପାଇବା ଉଜାଡିବାରେ ଲାଗିଛନ୍ତି । ଜଣେ ୟୁଜର ଏମିତି ବି ଲେଖିଛନ୍ତି ଅମିତାଭ ଆପଣଙ୍କ ଜଲୱା ଥିଲା ରହିଥିବ ବି । ଆପଣ ହିଁ ଶତାବ୍ଦୀର ମହାନାୟକ ହିସାବରେ ଗଣାହେବେ । ୧୯୭୩ରେ ରିଲିଜ ହୋଇଥିବା ଜଂଜୀରରୁ ଅମିତାଭଙ୍କ ଆନ୍ଗ୍ରୀ ୟଙ୍ଗ ମ୍ୟାନ ଲୁକ ଲୋକଙ୍କ ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking