28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଫେସବୁକ୍ ଓ ଇନଷ୍ଟାଗ୍ରାମର ବଡ଼ ଆକ୍ସନ

ଫେସବୁକ୍ ଓ ଇନଷ୍ଟାଗ୍ରାମର ବଡ଼ ଆକ୍ସନ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯେମିତି ବଢ଼ିବାରେ ଲାଗିଛି, ସେହିଭଳି ଏହା ଉପରେ ପ୍ରତିବନ୍ଧକଗୁଡ଼ିକ ମଧ୍ୟ ଶକ୍ତ ହେବାରେ ଲାଗିଛି । ଅନେକ ସଙ୍ଗୀନ ଘଟଣାର ଭିଡିଓ ଓ ଫଟୋ ଉପରେ ନିଆଯାଉଛି କଡ଼ା ଆକ୍ସନ । ସେହିପରି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ସେହି ୟୁଜର୍ସଙ୍କ ପୋଷ୍ଟ ହଟାଇବାରେ ଲାଗିଛି, ଯେଉଁମାନେ ଗର୍ଭପାତ ବଟିକା ପର୍ଯ୍ୟନ୍ତ ପହଞ୍ଚିବାର ବାଟ ବତାଉଛନ୍ତି । ସେମାନେ ଫାର୍ମାସ୍ୟୁଟିକାଲ୍ସର ନୀତିକୁ ଉଲ୍ଲଂଘନ କରୁଛନ୍ତି ବୋଲି କୁହାଯାଉଛିି ।

ମହିଳାଙ୍କୁ ଗର୍ଭପାତ ବଟିକା ବିଷୟରେ ଜ୍ଞାନ ଦେଉଥିବା ପୋଷ୍ଟଗୁଡ଼ିକ ତୁରନ୍ତ ହଟାଇବାରେ ଲାଗିପଡ଼ିଛି ଫେସବୁକ୍ ଓ ଇନଷ୍ଟାଗ୍ରାମ । ଏହା ସହ ଏହି ୟୁଜର୍ସମାନଙ୍କୁ ଅସ୍ଥାୟୀ ଭାବେ ବ୍ୟାନ୍ ମଧ୍ୟ କରାଯାଉଛି । ନିକଟରେ ସୁପ୍ରିମକୋର୍ଟ ରୋ ବନାମ ୱେଡ ମାମଲାରେ ଗର୍ଭପାତକୁ ଆଇନ ଭାବେ ମାନ୍ୟତା ଦେଉଥିବା ଏକ ୫୦ ବର୍ଷ ପୁରୁଣା ନିଷ୍ପତ୍ତିକୁ ପରିବର୍ତ୍ତିନ କରିଛନ୍ତି । ସମ୍ବିଧାନ ଗର୍ଭପାତ କରିବାର ଅଧିକାର ଦେଇନାହିଁ ବୋଲି କୋର୍ଟ କହିଛନ୍ତି ।

ଆମେରିକାର ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ସୋସିଆଲ ମିଡିଆ ପୋଷ୍ଟଗୁଡିକୁ ହଟାଇବା ଆରମ୍ଭ କରିଛି ଯାହା ମହିଳାମାନଙ୍କୁ ଗର୍ଭପାତ ବଟିକା ପ୍ରଦାନ କରିଥାଏ । ମଦରବୋର୍ଡର ରିପୋର୍ଟରେ ଦର୍ଶାଯାଇଛି ଯେ, ଏହିପରି ପୋଷ୍ଟଗୁଡିକ ଫାର୍ମାସ୍ୟୁଟିକାଲ୍ସର ନୀତି ଉଲ୍ଲଂଘନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking