38.1 C
Bhubaneswar
Tuesday, April 23, 2024
Homeସ୍ୱାସ୍ଥ୍ୟପ୍ରତ୍ୟେକ ଦିନ ପିଅନ୍ତୁ ଏହି ଜୁସ: କିଡନୀ ଷ୍ଟୋନ ଦୂର ହୋଇଯିବ

ପ୍ରତ୍ୟେକ ଦିନ ପିଅନ୍ତୁ ଏହି ଜୁସ: କିଡନୀ ଷ୍ଟୋନ ଦୂର ହୋଇଯିବ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଲୋକମାନେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାରୁ ବଞ୍ଚିବା ପାଇଁ ଔଷଧ ବଦଳରେ ଘରୋଇ ଉପଚାର କରିବାକୁ ପସନ୍ଦ କରନ୍ତି ପୀଡ଼ିତ ବ୍ୟକ୍ତି । ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାରୁ କିଡନୀ ଷ୍ଟୋନ ସମସ୍ୟା ଅନ୍ୟତମ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଏହି ସମସ୍ୟାରେ ପୀଡ଼ିତ । କିଡନୀ ସହ ଜଡ଼ିତ ସମସ୍ୟା ଅତ୍ୟନ୍ତ କଷ୍ଟଦାୟକ ହୋଇଥିବା ବେଳେ ଏହାର ଉପଚାର ପାଇଁ ଲୋକମାନେ ଘରୋଇ ଉପଚାରକୁ ପସନ୍ଦ କରିଥାନ୍ତି । ତେବେ ଜାଣନ୍ତୁ କେଉଁ ଘରୋଇ ଉପଚାର ଦ୍ୱାରା ଏହି ସମସ୍ୟାକୁ ଦୂର କରି ପାରିବେ ।ଯେତେବେଳେ କୌଣସି ବ୍ୟକ୍ତିଙ୍କ କିଡନୀରେ ଷ୍ଟୋନ ହୋଇ ଯାଇଥାଏ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି ସମୟରେ ବ୍ୟକ୍ତିଙ୍କୁ ବୁଝି ବିଚାରି ନିଜର ଡାଏଟ ପ୍ଲାନ କରିବାକୁ ପଡ଼ିଥାଏ । ଯଦି ଆପଣ କିଡ଼ନୀ ଜନିତ ସମସ୍ୟାରେ ପୀଡ଼ିତ, ତେବେ ଏପରି ତିନି ପ୍ରକାର ଜୁସ ଅଛି ଯାହାକୁ ପିଇଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଟମାଟୋ ଜୁସ କିଡନୀର ଷ୍ଟୋନକୁ ଦୂର କରିବା ପାଇଁ ବହୁତ ଉପଯୋଗୀ ହୋଇଥାଏ । ଦୁଇଟି ଟମାଟୋକୁ ଭଲ ଭାବେ ଧୋଇ ଏହାର ଜୁସ ବାହାର କରି ସେଥିରେ ଲୁଣ ଏବଂ ଗୋଲ ମରିଚ ଗୁଣ୍ଡ ମିଶାଇ ସେବନ କଲେ କିଡନୀ ଷ୍ଟୋନରୁ ଉପଶମ ମିଳିଥାଏ । ଏହି ଜୁସକୁ ଫ୍ରିଜରେ ରଖି ମଧ୍ୟ ଆପଣମାନେ ସେବନ କରିପାରିବେ ।

ଲେମ୍ବୁ ଜୁସ:ଲେମ୍ବୁରେ ସାଇଟ୍ରିକ ଏସିଡ ରହିଥାଏ । ଯଦି ଆପଣ କିଡନୀ ଷ୍ଟୋନ ପାଇଁ ଲେମ୍ବୁ ଜୁସ ସେବନ କରୁଛନ୍ତି ତେବେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଏକ ପାତ୍ରରେ ଦହି ନେଇ ଗୋଟେ ଚାମଚ ଲେମ୍ବୁ ରସ ସହ ସ୍ୱାଦ ଅନୁସାରେ ଲୁଣ ମିଶାଇ ଏହି ଜୁସକୁ ସେବନ କରି ପାରିବେ । ଏହି ଜୁସ ଦ୍ୱାରା ଆପଣ କିଡନୀରେ ଥିବା ଷ୍ଟୋନ ସମସ୍ୟାରୁ ଉପଶମ ପାଇ ପାରିବେ ।

ତୁଳସୀ ଜୁସ:ତୁଳସୀରେ ପ୍ରସ୍ତୁତ ହୋଇଥିବା ଜୁସ ମଧ୍ୟ କିଡନୀ ଷ୍ଟୋନ ସମସ୍ୟାକୁ ଦୂର କରିବା ପାଇଁ ଉପଯୋଗୀ ହୋଇଥାଏ । ତୁଳସୀ ପତ୍ରର ରସ ବାହାର କରି ସେଥିରେ ଗୋଟିଏ ଚାମଚ ମହୁ ମିଶାଇ ଏହି ଜୁସ ପ୍ରସ୍ତୁତ କରି ହେବ । ଏହି ମିଶ୍ରଣକୁ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟା ସମୟରେ ସେବନ କଲେ କିଡନୀ ସମସ୍ୟାରୁ ମୁକ୍ତି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking