39.1 C
Bhubaneswar
Friday, April 26, 2024
Homeଓଡିଶାଭୁବନରେ ସ୍ଥାପିତ ହେବ ଇନ୍‌ଡୋର୍ ହଲ୍‌

ଭୁବନରେ ସ୍ଥାପିତ ହେବ ଇନ୍‌ଡୋର୍ ହଲ୍‌

ଭୁବନ : ଭୁବନ ବଙ୍ଗ୍ୟାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କଇଥାରେ ନିର୍ମିତ ହେବାକୁ ଯାଉଛି ବହୁମୁଖି ଇନ୍‌ଡୋର୍ ହଲ୍ । କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ଏହି ହଲ୍ ଭୁବନରେ ସ୍ଥାପିତ ହେବାକୁ ସ୍ଥିର କରାଯାଇଥିବା ଜଣାପଡିଛି । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଥିଲା । ଗୋଟିଏ ଏକର ପରିମିତ ଜାଗାରେ ନିର୍ମାଣ ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ସ୍ଥାନଟି ବାଉଁଶକଣ ଗ୍ରାମର ଛକ ଉପରେ ଅବସ୍ଥିତ । ଯାହାକି ଭୁବନ ଟାଉନଠାରୁ ମାତ୍ର ୩.୫ କି.ମି ଦୂର ହୋଇଥିବା ଜଣାପଡିଛି ।

ଚନ୍ଦାଳ ମୈାଜାର ଏହି ସ୍ଥାନଟି ବୁଦ୍ଧେଶ୍ୱର ନୂଆଭୁବନ ମଧ୍ୟବର୍ତି ସ୍ଥାନ । କେଲୁଆଘାଇ ନିକଟରେ ଥିବା କଇଥା ପଡିଆକୁ ବୁଝାଏ । କାମାକ୍ଷାନଗର ପୁର୍ତ ବିଭାଗର ସହକାରୀ ଯନ୍ତ୍ରୀ ଓ ଢେଙ୍କାନାଳ କ୍ରୀଡା ଅଧିକାର ସ୍ଥାନ ପରିଦର୍ଶନ କରିବା ପରେ ଚନ୍ଦାଳ ମୈାଜାର କଇଥା ଠାରେ ହେବା ପ୍ରସ୍ଥାବକୁ ସବୁଜ ସଙ୍କେତ ଦେଇଥିବା ଜଣାପଡିଥିଲା । ଏହି ପ୍ରସ୍ତାବିତ ସ୍ଥାନଟି ବ୍ରାହ୍ମଣୀ ନଦୀଠାରୁ ଅଳ୍ପଦୁରରେ ଅବସ୍ଥିତ । ଏହି ସ୍ଥାନରେ ଇନ୍‌ଡୋର ହଲ୍ ସ୍ଥାପନ ହେଲେ ଅଧିକାଂଶ ଯୁବକ ଉପକୃତ ହେବେ ବୋଲି ଅଚଂଳବାସିଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking