30.1 C
Bhubaneswar
Monday, May 6, 2024
Homeଓଡିଶାପର୍ଜଙ୍ଗରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ପର୍ଜଙ୍ଗରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ କୁଆଳୋ ଗ୍ରାମରେ ଯୁବଶକ୍ତି ଓ ମାତୃସେନାର ମିଳିତ ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୁଷଣ ବାରିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅସିତ କୁାର ରାୟ ଚୈାଧୁରୀ ଯୋଗଦେଇ ରକ୍ତଦାନ ଏକ ମହତ କାମ ବୋଲି ପରାମର୍ଶ ଦେଇଥିଲେ । ଉକ୍ତ ଶିବିରରେ ୩୪ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟତମ ଅତିଥି ଭାବେ ପର୍ଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ବ୍ଲକ ବିଜେଡି ସଭାପତି ରୁପକ ରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୁବଶକ୍ତି ଅନୁଷ୍ଠାନର ରଞ୍ଜନ ସାହୁ, ସନ୍ନ୍ୟାସୀ ସହୁ, ଅକାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking