26.1 C
Bhubaneswar
Tuesday, May 7, 2024
Homeଓଡିଶାପାନୀୟଜଳ ସମସ୍ୟା ନେଇ ରାସ୍ତା ଅବରୋଧ

ପାନୀୟଜଳ ସମସ୍ୟା ନେଇ ରାସ୍ତା ଅବରୋଧ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମର ଶତାଧିକ ମହିଳା ପାନୀୟଜଳ ସମସ୍ୟା ନେଇ ମହୁଲପାଳ ଛକ ନିକଟରେ ଗରା ବାଲଟି ଧରି ରାସ୍ତା ଅବରୋଧ କରିଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ପାନୀୟଜଳ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପାନୀୟଜଜଳ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁ ନଥିବା ଜଣାପଡୁଛି । ଫଳରେ ମହୁଲପାଳ ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ କାମାକ୍ଷାନଗର ଠାରୁ ଢେଙ୍କାନାଳ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମହୁଲପାଳ ଗ୍ରାମର ହରିଜନ ସାହିରେ କିଛି ଦିନ ହେଲା ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଏହାକୁ ନେଇ ହରିଜନ ସାହିର ଶତାଧିକ ମହିଳା ଏକତ୍ରିତ ହୋଇ ଗରା ମାଠିଆ ସହିତ ମହୁଲପାଳ ଛକଠାରେ ରାସ୍ତା ଅବରୋଧ କରିଥିଲେ । ଯାହାକୁ ନେଇ ଦିର୍ଘ ଦୁଇଘଣ୍ଟା ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ମାତ୍ର ଦୁଃଖର ବିଷୟ ହରିଜନ ସାହିର ଲୋକମାନେ ଏହି ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ, ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି । ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ଓ ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ୫ ଦିନ ଭିତରେ ଏହି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନରୁ ଓହରିଥିଲେ । ଆନ୍ଦୋଳନରୁ ଓହରିବା ପରେ ଯାତାୟତରେ ସ୍ୱାଭାବିକ ହୋଇଥିବା ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking