30.1 C
Bhubaneswar
Thursday, May 2, 2024
Homeଓଡିଶାଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକରେ ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ପଂଚାୟତ ସମିତିର ମିଳିତ ଉଦ୍ୟମରେ ସ୍ଥାନୀୟ ବିବି ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଢେଙ୍କାନାଳ ସଦର ବ୍ଲକର ୩୦ ଟି ପଂଚାୟତ ଓ ପୌରାଂଚଳରୁ ୧୯୫ ଜଣ ଭିନ୍ନକ୍ଷମ ନାମ ପଂଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଅସ୍ଥିଶଲ୍ୟରେ ୧୨୩ ଜଣ, ଶ୍ରବଣରେ ୨୦ ଜଣ, ଦୃଷ୍ଟିଶକ୍ତିହୀନ ୧୮ ଜଣ, ମାନସିକ ଅନଗ୍ରସରରେ ୨୧ ଜଣ, ଭେଷଜ ବିଭାଗରେ ୪ ଜଣ, ବସ୍ ଓ ଟ୍ରେନ ପାଇଁ ୮ ଜଣ, ଏଡସ୍ ଏବଂ ଆପ୍ଲିଆନ୍ସ ପାଇଁ ଜଣେ ନାମ ପଞ୍ଜିକରଣ କରିଥିଲେ । ତେବେ ସେମାନଙ୍କ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରମାଣ ପତ୍ର ଯୋଗାଇ ଦିଆଯିବ ବୋଲି ସଦର ଭାରାପ୍ରାପ୍ତ ଅଧିକାରୀ ବିଡିଓ ଝାଡେଶ୍ୱର ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking