28.1 C
Bhubaneswar
Saturday, April 20, 2024
Homeଓଡିଶାବଜରଙ୍ଗ କ୍ଲବ ତରଫରୁ ବିଶାଳ ସ୍ୱାସ୍ଥ୍ୟ ଶିବିର

ବଜରଙ୍ଗ କ୍ଲବ ତରଫରୁ ବିଶାଳ ସ୍ୱାସ୍ଥ୍ୟ ଶିବିର

ଢେଙ୍କାନାଳ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ବଜରଙ୍ଗ କ୍ଲବ ତରଫରୁ ଭୁବନେଶ୍ୱରର ଆପୋଲ ହସ୍ପିଟାଲର ମିଳିତ ସହଯୋଗରେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତାରାଣୀ ମିଶ୍ର, ଜନସ୍ମାସ୍ଥ୍ୟ ଅଧିକାରୀ ଜ୍ୟୋତିଷ ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିଲେ । ଏହି ଶିବିରରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କୋଭିଡ୍ ଗାଇଡଲାଇନ ଅନୁଯାୟୀ ଏହି ଶିବିରରେ ଆଂଟିଜେନ୍ ଏବଂ ଆର୍ଟିପିସିଆର ପରୀକ୍ଷା କରାଯାଇଥିଲା ।

ଉକ୍ତ ଶିବିରରେ ଆପୋଲ ହସ୍ପିଟାଲର ଭେଷଜ, ଅସ୍ତିଶଲ୍ୟ, କର୍କଟ, ହୃଦରୋଗ, ଶିଶୁରୋଗ ଆଦି ବିଭିନ୍ନ ଡାକ୍ତରମାନେ ଯୋଗଦେଇଥିଲେ । ଆପୋଲ ହସ୍ପିଟାଲର ଡ. ସୁନିଲ ଜୟସ୍ୱାଲ, ଡ. ପ୍ରେମାନନ୍ଦ ପଟ୍ଟନାୟକ, ଡ. ସ୍ଥିତି ଦାସ, ଡ. ବିଜୟ ସାହୁ, ଡ. ଚିରାଗ ସିଂଘାଲ ଓ ସହଯୋଗୀ ନିର୍ମଳ କୁମାର ପାତ୍ର ଏବଂ ଷ୍ଟାଫ ନର୍ସ ମୀତାରାଣୀ ଜାଣ୍ଡି, ଆରତୀ ବେହରା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଶିବିରରେ ସଂଘ ସଭାପତି ଅମରେନ୍ଦ୍ର ସାମଲ, ସଂପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ, ପ୍ରଶାନ୍ତ ଦାସ, ସୁବ୍ରତ ଦାସ, ପ୍ରିୟବ୍ରତ ସସାମଲ, ଦେବୀ ମିଶ୍ର, ପ୍ରବୀଣ ସାହୁ ପୁର୍ବତନ ନଗରପାଳ ସୁଧାଂଶୁ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking