37.1 C
Bhubaneswar
Friday, May 17, 2024
Homeଓଡିଶାଶ୍ୱଶୁର ଘର ନିକଟରୁ ଜ୍ୱାଇଁର ମୃତଦେହ ଉଦ୍ଧାର

ଶ୍ୱଶୁର ଘର ନିକଟରୁ ଜ୍ୱାଇଁର ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସାଅନ୍ଦା ପାଣ୍ଡି ଅନ୍ତର୍ଗତ ଖଇରାପଶି ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ତାଳଚେର ହାଣ୍ଡିଧୁଆର ମିଥୁନ ବେହେରା (୩୦) । ମିଥୁନକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୁଚନାରୁ, ହାଣ୍ଡିଧୁଆର ମିଥୁନ ୮ ବର୍ଷ ତଳେ ଖଇରାପଶି ଗ୍ରାମର ଲକ୍ଷ୍ମୀ ବେହେରାଙ୍କୁ ବିବାହ କରିଥିଲେ । ପରବର୍ତି ସମୟରେ ମିଥୁନ ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ନେଇ ବାପ ଘରେ ରହୁଥିଲେ । ମାତ୍ର ଗତକାଲି ମିଥୁନଙ୍କ ମୃତ ଦେହ ଶ୍ୱଶୁର ଘର ଠାରୁ କିଛି ଦୂରରେ ଥିବା କେନାଲ ହୁଡାରେ ପଡିଥିବା ସ୍ଥାନୀୟ ଲୋକେ ଥାନାରେ ଖବର ଦେଇଥିଲେ । ଏ ସଂପର୍କରେ ମିଥୁନଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ସେଠାରେ ପହଂଚିବା ସହିତ ତାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପୋଲିସ ଓ ସାଇଁଟିଫିକ୍ ଟିମ୍ ସେଠାରେ ପହଂଚି ଘଟଣା ଯାଂଚ କରିବା ପରେ ଶବକୁ ବ୍ୟବଛେଦ ପାଇଁ ପଠାଇଥିଲେ । ତେବେ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking