33.1 C
Bhubaneswar
Sunday, April 28, 2024
Homeଓଡିଶାକରୋନା ଛଡ଼ାଇ ନେଉଛି ସମ୍ପର୍କର ସେତୁ, ଶବ ନେଲେନି ପରିବାର

କରୋନା ଛଡ଼ାଇ ନେଉଛି ସମ୍ପର୍କର ସେତୁ, ଶବ ନେଲେନି ପରିବାର

ଭଞ୍ଜନଗର : ମହାମାରୀ କରୋନା ଛଡାଇ ନେଉଛି ସମ୍ପର୍କର ସେତୁ । ମାନବିକତା, ଆତ୍ମୀୟତା ରହୁନି । ପରିବାର ସଦସ୍ୟ ମଧ୍ୟ ଅଲୋଡା ହୋଇପଡୁଛନ୍ତି । ଏଭଳି ସ୍ଥିତିରେ ସ୍ୱେଚ୍ଛାସେବୀ ସଂଗଠନମାନେ ଆପଣାର ହେଉଥିବା ଦେଖିବାକୁ ମିଳିଛି । ସୋରଡା ସହରର ଜଣେ ୪୯ବର୍ଷୀୟ ଯୁବକଙ୍କ ମଙ୍ଗଳବାର ଭଞ୍ଜନଗର କୋଭିଡ କେୟାର ସେଣ୍ଟରରେ ମୃତ୍ୟୁ ଘଟିଥିଲା । ପରିବାରକୁ ହସ୍ପିଟାଲ ପକ୍ଷରୁ ଖବର ଯାଇଥିଲେ ବି କେହି ଶବ ନେବାକୁ ଆସିନଥିଲେ । ଦୀର୍ଘ ସମୟ ଧରି ଶବ ପଡ଼ି ରହିବା ପରେ ମେଡିକାଲ କର୍ତ୍ତୃପକ୍ଷ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ।

ତହସିଲଦାରଙ୍କ ଅନୁରୋଧ ରକ୍ଷା କରି ଭଞ୍ଜନଗରର  ସ୍ୱେଚ୍ଛାସେବୀ ସଂଗଠନ ହେଲପିଙ୍ଗ୍ ହ୍ୟାଣ୍ଡ ପହଞ୍ôଚଥିଲା । ପ୍ରଶାସନର ସହାୟତାରେ ଶବକୁ ମହାପ୍ରୟାଣ ଗାଡିରେ ଜାମପଲ୍ଲୀସ୍ଥିତ ଶ୍ମାଶାନଘାଟକୁ ନିଆଯାଇ ସତ୍କାର କରିଥିଲେ ।
ଭଞ୍ଜନଗର କୋଭିଡ କେୟାର ସେଣ୍ଟରରେ ଏବେ ୪୦ ସନ୍ଦିଗ୍ଧ ଚିକିତ୍ସିତ ହେଉଥିବା ମେଡିକାଲ ମ୍ୟାନେଜର ବିଚିତ୍ର କୁମାର ପାଣିଗ୍ରାହୀ କହିଛନ୍ତି । ମଙ୍ଗଳବାର ଦିନକରେ ଉକ୍ତ ସେଣ୍ଟରରୁ ୩ଜଣଙ୍କ ଜୀବନ ଯାଇଛି ।

ବୁଗୁଡା ଓ ଜଗନ୍ନାଥପ୍ରସାଦର ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତଦେହ ପରିବାର ଲୋକଙ୍କ ସହାୟତାରେ ମହାପ୍ରୟାଣ ଗାଡିରେ ଶବକୁ ନିଜ ନିଜ ଗ୍ରାମକୁ ପଠାଇ ଦିଆଯାଇଛି । ସୋମବାର ଭଞ୍ଜନଗର ସହରର ରେଡକ୍ରସ୍ ରୋଡର ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା । ତାଙ୍କ ଶବ ଦାହ ପାଇଁ ପରିବାରର ସଦସ୍ୟ ଓ ସାହିର କିଛି ବଦାନ୍ୟ ବ୍ୟକ୍ତି ଠାକୁରାଣୀ ମନ୍ଦିର ନିକଟ ଶ୍ମଶାନଘାଟକୁ ନେଇଥିଲେ । ତେବେ ସେଠାରେ ସ୍ଥାନୀୟ ଲୋକ କରୋନା ଭୟରେ ଶବ ଦାହ କରିବାକୁ ବିରୋଧ କରିବାରରୁ ସ୍ୱେଚ୍ଛାସେବୀ ସଂଗଠନ ଶବ ସତ୍କାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking