31.1 C
Bhubaneswar
Friday, March 29, 2024
Homeଓଡିଶାଅନ୍‌ଲାଇନ୍‌ରେ ମିଳିବ ମଦ !

ଅନ୍‌ଲାଇନ୍‌ରେ ମିଳିବ ମଦ !

ଭୁବନେଶ୍ୱର : ଲକଡାଉନ୍ ବେଳେ ବି ମିଳିବ ମଦ । ଲକ୍‌ଡାଉନ ସମୟରେ ଅନ୍‌ଲାଇନ୍‌ରେ ଗ୍ରାହକ କେମିତି ଘର ବସି ମଦ ପାଇ ପାରିବେ ସେ ଅବକାରୀ ବିଭାଗ ତିଆରି କରୁଛି ବ୍ଲ୍ୟୁ-ପ୍ରିଣ୍ଟ୍ । ଏନେଇ ଅବକାରୀ କମିଶନଙ୍କ ଅଧକ୍ଷତାରେ ଏକ ବୈଠକ ବସିଥିଲା । ତେବେ ଅନ୍‌ଲାଇନ୍‌ରେ ବିକ୍ରି ହେବ କି ନାଁ ତାହା  ଅବଗତ କାରାଇବ ବିଭାଗ । ଜୋମାଟୋ ଓ ସ୍ୱିଗୀ ଜରିଆରେ ଗ୍ରାହକମାନେ ମଦ ପାଇପାରିବେ । ତେବେ ଅନ୍‌ଲାଇନ୍ ବିକ୍ରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବ ନିଷ୍ପତ୍ତି ଅନୁସାରେ କେବଳ ସହର ଗୁଡିକରେ ଏହି ସେବା ମିଳି ପାରିବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ ଓ ରାଉରକେଲା ସହରରେ ଡେଲିଭରୀ ଦେବ ଏହି ସଂସ୍ଥା ।

ସୂଚନା ଅନୁଯାୟୀ, ଯଦି ଅନଲାଇନ୍ ବ୍ୟବସାୟ ପାଇଁ ଅନୁମତି ମିଳେ, ତେବେ ୧ ହଜାର ଟଙ୍କା ଭିତରେ ମଦ କିଣିଲେ ୧ ଶହ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ । ୧ ହଜାର ୧ ଟଙ୍କାରୁ ୧୫ ଶହ ଟଙ୍କା ଭିତରେ ମଦ କିଣିଲେ ୧୨୫ ଟଙ୍କା ଡେଲିଭରୀ ଚାର୍ଜ ପଡିବ । ସେହିଭଳି ୧୫ ଶହରୁ ୨ ହଜାର ଟଙ୍କାରେ ମଦ କିଣିଲେ ୧୫୦ ଟଙ୍କା, ଦୁଇ ହଜାର ୧ ଟଙ୍କାରୁ ୨୫ ଶହ ଟଙ୍କାର ମଦରେ ୧୭୫ ଟଙ୍କା, ୩ ହଜାର ପାଇଁ ୨ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ସେହିଭଳି ୩ ହାଜାରଟଙ୍କାରୁ ୩୫ ଶହ ଟଙ୍କାରେ ମଦ କିଣିଲେ ୨୫୦ ଟଙ୍କା, ୩୫୦୧ ଟଙ୍କାରୁ ୪ ହାଜର ଟଙ୍କା ମଦରେ ୨୫୦ ଟଙ୍କା ଚାର୍ଜ, ୪ ହଜାର ୧ ଟଙ୍କାରୁ ୪ ହାଜର ୫ ଶହ ଟଙ୍କାରେ ମଦ କିଣିଲେ ୨୭୫ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ । ୪,୫୦୧ ଟଙ୍କାରୁ ଅଧିକ ମଦ ପାଇଁ ୩ ଶହ ଟଙ୍କା ଡେଲିଭରୀ ଚାର୍ଜ ନେବେ ଜୋମାଟୋ ଓ ସ୍ୱିଗୀ । ତେବେ ଲକ୍‌ଡାଉନ୍ ସମୟରେ ସୁରକ୍ଷାକୁ ଗୁରୁତ୍ୱ ଦେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking