38.1 C
Bhubaneswar
Friday, April 26, 2024
Homeଓଡିଶାଟ୍ରେନ୍‌ରେ ଫେରୁଥିବା ଯାତ୍ରୀ ହିନସ୍ତା; ବସ୍ ନାହିଁ, ଅଟୋ ଭଡ଼ା ହଜାରେ, ପାଦଚଲା ଭରସା

ଟ୍ରେନ୍‌ରେ ଫେରୁଥିବା ଯାତ୍ରୀ ହିନସ୍ତା; ବସ୍ ନାହିଁ, ଅଟୋ ଭଡ଼ା ହଜାରେ, ପାଦଚଲା ଭରସା

ବ୍ରହ୍ମପୁର : ଲକଡାଉନ୍ ଓ ସଟ୍‌ଡାଉନ୍ ଯୋଗୁଁ ସମସ୍ତ ସରକାରୀ ଓ ଘରୋଇ ଯାତ୍ରୀ ପରିବହନ ବନ୍ଦ ରହିଛି ।  କିନ୍ତୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି । ଅନେକ ସ୍ଥାନରୁ ପ୍ରତିଦିନ ହଜାର ହଜାର ପ୍ରବାସୀ ବ୍ରହ୍ମପୁର ଫେରୁଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନରେ ଦିନକୁ ୨୦ରୁ ୨୨ଟି ଯାତ୍ରୀବାହୀ ଟ୍ରେନ୍ ରହିଛି । ଏଥିରୁ ପ୍ରତ୍ୟେକ ଦିନ ୩୦୦୦ରୁ ୩୫୦୦ ଶହ ପ୍ରବାସୀ ଓହ୍ଲାଇଥାଆନ୍ତି । ଏମାନେ ବ୍ରହ୍ମପୁର ଠାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । କିନ୍ତୁ ସବୁଠୁ ଦୁଃଖର ବିଷୟ ହେଉଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କ ହିସାବ ରଖୁଛି । କିନ୍ତୁ ଏମାନେ ଭିଭଳି ସୁରକ୍ଷିତ ଅବସ୍ଥାରେ ନିଜ ଘରେ ପହଞ୍ଚିବେ ତା ‘ଉପରେ ପ୍ରଶାସନର କୌଣସି ଯୋଜନା ନାହିଁ । ଯାହାଫଳରେ କର୍ମକ୍ଷେତ୍ର ଛାଡ଼ି ଆସୁଥିବା ପ୍ରବାସୀ ଏଠି ହତାଶ ହେଉଥିବା ଅଭିଯୋଗ ହୋଇଛି । ସେମାନଙ୍କ ନିମନ୍ତେ ପ୍ରଶାସନ ବସ୍ ବନ୍ଦୋବସ୍ତ କରିବା ଦୂରତା କଥା ବ୍ରହ୍ମପୁର ଷ୍ଟେସନ ନିକଟରେ ସେମାନଙ୍କୁ ପାଣି ଟିକେ ମିଳୁନାହିଁ ବୋଲି ରେଳରୁ ଓହ୍ଲାଇଥିବା ଯାତ୍ରୀ ଅଭିଯୋଗ କରିଛନ୍ତି । ଏମାନଙ୍କୁ ଘରେ ପହଞ୍ଚାଇବା ନିମନ୍ତେ କିଛି ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା ନକରି ଚୁପ୍ ରହିଛି ଜିଲ୍ଲା ପ୍ରଶାସନ । ଶେଷରେ ବାଧ୍ୟହୋଇ କିଏ ଟଙ୍କା ଅଭାବରୁ ପାଦରେ ଚାଲି ଚାଲି ମାଇଲି ମାଇଲି ବାଟ ଯାଇଛି ତ ଆଉ କିଏ ହଜାର ହଜାର ଟଙ୍କ ଭଡ଼ା ଦେଇ ଅଟୋ ରିକ୍ସାରେ ନିଜ ଘରେ ପହଞ୍ଚୁଛି । ଏ ବିଷୟ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି ପ୍ରବାସୀଙ୍କ ପାଇଁ ଷ୍ଟେସନ୍ ଠାରୁ ନିଜ ଗ୍ରାମକୁ ଯିବାନିମନ୍ତେ ବସ୍‌ର ବନ୍ଦୋବସ୍ତ ପାଇଁ ଯୋଜନା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking