36.1 C
Bhubaneswar
Saturday, May 4, 2024
Homeଓଡିଶାକରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ହଟହଟା

କରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ହଟହଟା

ଯାଁଳା : ମହାମାରୀ କରୋନାରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀଙ୍କ ଦେହାନ୍ତ ହେଲା । ପ୍ରଶାସନ ପକ୍ଷରୁ ଶେଷକୃତ୍ୟ କରାଗଲା । ପତ୍ନୀ ମେଡିକାଲରେ ରହି ସେବା କରୁଥିବାରୁ ଗ୍ରାମବାସୀ ତାଙ୍କୁ ଗାଁ ବାରଣ କରିଥିଲେ । ସରପଞ୍ଚଙ୍କ ହସ୍ତକ୍ଷେପ ପରେ ମହିଳା ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ରହିଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଁଳା ପଞ୍ଚାୟତର ପାଟଣା ସାହିରେ । ସୂଚନା ଅନୁଯାୟୀ, ଗତ ଅପ୍ରେଲ ୧୧ତାରିଖରେ ଏକ ଦୁର୍ଘଟଣାରେ ଯାଁଳା ପାଟଣା ସାହିର ଯୋଗୀ ମହାରଣା ଗୁରୁତର ହୋଇଥିଲେ । ତାଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ୭ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । କଟକ ବଡ଼ ମେଡିକାଲ କର୍ତ୍ତୃପକ୍ଷ, କଟକ ମହାନଗର ନିଗମର ସହାୟତାରେ ଶବ ସତ୍କାର କରାଯାଇଥିଲା । ମେଡିକାଲରେ ଯୋଗୀଙ୍କ ଦେଖାଶୁଣା କରିବା ପାଇଁ ତାଙ୍କ ସ୍ତ୍ରୀ ଓ ଶଳା ପାଖରେ ରହୁଥିଲେ । ଶବ ସତ୍କାର ପରେ ମୃତକଙ୍କ ସ୍ତ୍ରୀ ଓ ଶଳା ନିଜ ଭିଟାମାଟିକୁ ଫେରିଥିଲେ । ଗାଁରେ ପହଞ୍ôଚବା ପରେ ସାହିରେ ପ୍ରବେଶକୁ ବିରୋଧ କରିଥିଲେ । ଖବର ପାଇ ସରପଞ୍ଚ ପ୍ରଦୋଷ କୁମାର ଜେନା ପହଞ୍ôଚ ଭାଇ-ଭଉଣୀଙ୍କୁ ପଞ୍ଚାୟତ ସଂଗରୋଧ ଗୃହରେ ରହିବାର ବ୍ୟବସ୍ଥା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking