30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶରାଗରେ ଜର୍ଜରିତ ମମତା ବାନାର୍ଜୀ କହିଲେ ଏମିତି

ରାଗରେ ଜର୍ଜରିତ ମମତା ବାନାର୍ଜୀ କହିଲେ ଏମିତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାରେ ଏ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ଏହି ଦୁଇ ପର୍ଯ୍ୟାୟ ଭୋଟିଂ ସହ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଅମିତ ଶାହଙ୍କ ଉପରେ ଅଭିଯୋଗର ବର୍ଷା କରିଛନ୍ତି । ଅମିତ ଶାହ ଓ ସେଣ୍ଟ୍ରାଲ ଫୋର୍ସଙ୍କୁ ଟାର୍ଗେଟ କରି ମମତା ଏହା ମଧ୍ୟ କହିଛନ୍ତି ଯେ, ସେ ଚୁଡି ପିନ୍ଧି ଘରେ ବସିନାହାନ୍ତି । ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଆଜି ଉତ୍ତର ବଙ୍ଗଳାରେ ନିର୍ବାଚନୀ ପ୍ରଚାର କରିବା ପାଇଁ ମମତା ପହଂଚିଛନ୍ତି । ଉତ୍ତର ବଙ୍ଗଳାରେ ଜନସଭାକୁ ସମ୍ବୋଧିତ କରି ମମତା ବାନାର୍ଜୀ ନିର୍ବାଚନ ଆୟୋଗ ଓ ସେଣ୍ଟ୍ରାଲ ଫୋର୍ସଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ, ସେଣ୍ଟ୍ରୋଲ ଫୋର୍ସ ଓ ନିର୍ବାଚନ ଆୟୋଗ ଅମିତ ଶାହଙ୍କ ଇସାରାରେ କାମ କରୁଛନ୍ତି । ଗାଁ ଗାଁ ଯାଇ ସେଣ୍ଟ୍ରାଲ ଫୋର୍ସ ର ଯବାନମାନେ ଲୋକଙ୍କୁ ଡରାଉଛନ୍ତି । ସେମାନେ ଯେତେ ଡରାଇଲେ ବି ନ ଡରି ଘରୁ ବାହାରି ଭୋଟ ଦେବାକୁ ଯାଆନ୍ତୁ ବୋଲି ମମତା କହିଥିଲେ । ଲୋକଙ୍କୁ ବିଶ୍ୱାସ ଦେବାକୁ ସେ ଚେଷ୍ଟା କରିଥିଲେ । ସେଣ୍ଟାର୍ଲ ଫୋର୍ସ ଓ ନିର୍ବାଚନ ଆୟୋଗ ପାଇଁ ସେ ଯୋଜନା ପ୍ରସ୍ତୁତ କରିସାରିଛନ୍ତି । ସେ ନିର୍ବାଚନ ପର୍ଯ୍ୟନ୍ତ ସବୁ ସହିବେ । ଆଉ ସରିବା ପରେ ସମସ୍ତଙ୍କ ହିସାବ ନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking