38.1 C
Bhubaneswar
Friday, April 26, 2024
Homeଓଡିଶାବିବାହରେ ୧୦୦, ଶୁଦ୍ଧି କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି

ବିବାହରେ ୧୦୦, ଶୁଦ୍ଧି କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି

କଟକ: କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ନୂଆ ମାର୍ଗଦର୍ଶିକା ଆଜି ଜାରି କରିଛି ସିଏମସି । ବିଏମସି ପରେ ସିଏମସି ନୂଆ ଗାଇଡଲାଇନ ଜାରି କରିଛି । ନୂଆ ମାର୍ଗଦର୍ଶିକା ହିସାବରେ ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ମିଳିବ । ସେହିଭଳି ଶୁଦ୍ଧି କାର୍ଯ୍ୟ ପାଇଁ କେବଳ ୫୦ ଜଣଙ୍କୁ ଅନୁମତି ମିଳିବ । ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡାକଡି ହେବ । ଏହାକୁ ବାଦ ଦେଲେ ସମ୍ମିଳନୀ ଓ ସମାବେଶ ଉପରେ ମଧ୍ୟ ସିଏମସି କଟକଣା ଲଗାଇଛି । କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନ ଉପରେ ବି ରୋକ ଲଗାଯାଇଛି । କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ଏହି ନୂଆ ମାର୍ଗଦର୍ଶିକା ଆସନ୍ତା ୬ ତାରିଖରୁ ଲାଗୁ ହେବ ।
ଗତକାଲି ବିଏମସି ପକ୍ଷରୁ ମଧ୍ୟ ଏହି ସମାନ ମାର୍ଗଦର୍ଶିକା ଜାରି କରାଯାଇଥିଲା । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ମାର୍ଗଦର୍ଶିକା ଜାରି କରାଯାଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଛି । କଟକଣା କଡାକଡି ନକଲେ ଆଗକୁ ସ୍ଥିତି ବିଗିଡିବାର ସମ୍ଭାବନା ମଧ୍ୟ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking