31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଭାରତର ୫ ଜଣ ବିଶିଷ୍ଟ ଧନୀ ବ୍ୟକ୍ତି

ଭାରତର ୫ ଜଣ ବିଶିଷ୍ଟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ : ଆଜି ଆମେ ଭାରତର ୫ ଜଣ ଏପରି ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯେଉଁ ମାନେ କଠିନ ପରିଶ୍ରମ ଦ୍ୱାରା ନିଜର ବ୍ୟବସାୟକୁ ଉଚ୍ଚ ସ୍ତରରେ ପହଞ୍ଚାଇ ପାରିଛନ୍ତି ଓ ଭାରତର ବିଶିଷ୍ଟ ଧନୀ ବ୍ୟକ୍ତି ହୋଇପାରିଛନ୍ତି ।

ଭାରତରେ ସବୁଠାରୁ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରୁ ପଞ୍ଚମ ସ୍ଥାନରେ ଅଛନ୍ତି ପାଲୋଞ୍ଜି ମିସ୍ତ୍ରୀ । ତାଙ୍କର ମୋଟ ସମ୍ପତ୍ତିର ମୁଲ୍ୟ ୧ଲକ୍ଷ ୧୬ ହଜାର କୋଟି ଅଟେ । ପାଲୋଞ୍ଜି ମିସ୍ତ୍ରୀ , ସାପୋର୍ଜୀ ପାଲୋଞ୍ଜି ଗ୍ରୁପର ଚେୟାର ମ୍ୟାନ ଅଟନ୍ତି । ଏହାସହ ସେ ୟୁରୋକା ଫୋର୍ବସର ମାଲିକ ମଧ୍ୟ ଅଟନ୍ତି । ଏହାସହ ସେ ଟାଟା ଗ୍ରୁପର ସବୁଠାରୁ ବଡ ସେୟାର ହୋଲ୍ଡର ଅଟନ୍ତି । ପାଲୋଞ୍ଜି ମିସ୍ତ୍ରୀଙ୍କୁ ୨୦୧୬ରେ ଭାରତ ସରକାରଙ୍କ ଦ୍ୱାରା ଟ୍ରେଡ୍ ଇଣ୍ଡଷ୍ଟ୍ରୀରେ ତାଙ୍କ ଅବଦାନ ଯୋଗୁଁ ତାଙ୍କୁ ପଦ୍ମ ଭୁଷଣ ସମ୍ମାନରେ ସମ୍ମାନୀତ କରିଛନ୍ତି ।

ଚତୁର୍ଥ ସ୍ଥାନରେ ଅଛନ୍ତି ହିନ୍ଦୋଜା ପରିବାର । ଏହି ପରିବାରର ମୋଟ ସମ୍ପତ୍ତିର ମୁଲ୍ୟ ୧ ଲକ୍ଷ ୩୩ ହଜାର କୋଟି । ଏହି ପରିବାର ଅନେକ ବ୍ୟବସାୟ ସହ ସମ୍ପୃକ୍ତ । ଟ୍ରକ, ବାଇକ ଲୁବ୍ରିକାଣ୍ଟ, ଟେଲିଭିଜନ ଇତ୍ୟାଦି । ଶ୍ରିଚନ୍ଦ ହେଉଛନ୍ତି ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ । ଆଶୋକ ଲେ ଲ୍ୟାଣ୍ଡ, ହିନ୍ଦୁଜା ବ୍ୟାଙ୍କ ଲିମିଟେଡ, ଗଲ୍ଫ କରପୋରେସନ ଲିମିଟେଡ ଇତ୍ୟାଦି ହିନ୍ଦୋଜା ଗ୍ରୁପ ଦ୍ୱାରା ପରିଚାଳିତ ।

ତୃତୀୟ ସ୍ଥାନରେ ଅଛନ୍ତି ଲକ୍ଷ୍ମୀ ମିତ୍ତଲ । ତାଙ୍କର ମୋଟ ସମ୍ପତ୍ତିର ମୁଲ୍ୟ ୧ଲକ୍ଷ ୩୬ ହଜାର କୋଟି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟର ଲକ୍ଷ୍ମୀ ମିତ୍ତଲ ଙ୍କ ନାମ ଆଶେ । ସେ ୟୁଏସଏରେ ନିଜ ବ୍ୟବସାୟ ଅପରେଟ କରିଥାନ୍ତି । ସେ ଦୁନିଆର ସବୁଠାରୁ ବୃହତ ଷ୍ଟିଲ ମେକିଙ୍ଗ କମ୍ପାନୀର ମାଲିକ । ଏହାସହ ସେ ଫୁଟବଲ କମ୍ପାନୀରେ ମଧ୍ୟ ୧୧ ପ୍ରତିଶତ ସେୟାର ହୋଲ୍ଡର ଅଟନ୍ତି ।

ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଜୀମ ପ୍ରେମଜୀ । ତାଙ୍କର ମୋଟ ସମ୍ପତ୍ତିର ମୁଲ୍ୟ ୧ଲକ୍ଷ ୫୬ ହଜାର କୋଟି । ଅଜୀମ ପ୍ରେମଜୀ ୱିପ୍ରୋ କମ୍ପାନୀର ଚେୟାରମ୍ୟାନ । ପ୍ରେମଜୀ ଙ୍କ ୱିପ୍ରୋ କମ୍ପାନୀ ଟାଟା ଓ ଇନଫୋସିସ ପରେ ତୃତୀୟ ସବୁଠାରୁ ବଡ ଆଇଟି କମ୍ପାନୀ ଅଟେ । ଏହି କମ୍ପାନୀ ଏବେ ଆପିରିଓ କମ୍ପାନୀକୁ ୫୦୦ ମିଲିୟନ ଡଲାର ରେ କିଣିଛି । ଟାଇମ୍ସ ମ୍ୟାଗାଜିନ ରେ ମଧ୍ୟ ଅଗୀମ ଜୀଙ୍କ ନାଁ ୨ ଥର ଆସିଛି ।

ତେବେ ପ୍ରଥମ ସ୍ଥାନରେ ଅଛନ୍ତି ମୁକେଶ ଆମ୍ବାନୀ ଯିଏ କେବଳ ଭାରତରେ ନୁହଁ ଏସିଆରେ ମଧ୍ୟ ସୁବୁଠାରୁ ଅଧିକ ଧନୀ ବ୍ୟକ୍ତି । ସେ ଦୁନିଆରେ ଥିବା ସବୁଠାରୁ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରେ ୧୯ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ର ମୁଲ୍ୟ ୩ଲକ୍ଷ ୫୧ ହଜାର କୋଟି ଅଟେ । ସେ ହେଉଛନ୍ତି ରିଲାଏନ୍ସ ଗ୍ରୁପର ମାଲିକ । ମୁକେଶ ଆମ୍ବାନୀ ଜିଓ ନେଟୱର୍କ ଆଣିବା ପରେ ତାଙ୍କ ସମ୍ପତ୍ତି ଦୁଇ ଗୁଣା ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking