36.1 C
Bhubaneswar
Sunday, May 19, 2024
Homeଓଡିଶାପେଟ୍ରୋଲ ପମ୍ପ ଉଦଘାଟନ ବେଳେ ଜାଗା ମାଲିକ ଙ୍କ ବିରୋଧ

ପେଟ୍ରୋଲ ପମ୍ପ ଉଦଘାଟନ ବେଳେ ଜାଗା ମାଲିକ ଙ୍କ ବିରୋଧ

 

ମାଲକାନଗିରି : ଜିଲ୍ଲାର କାଲିମେଳା ବ୍ଲକ ମୋଟୁ 326 ନମ୍ବର ଜାତୀୟ ରାଜପଥ କଡ଼ରେ ଥିବାଏମଭି 76 ଗ୍ରାମ ନିକଟସ୍ଥ ପେଟ୍ରୋଲ ପମ୍ପ ନିର୍ମାଣ କାର୍ଯ୍ୟ ସରିବା ପରେ ଉଦଘାଟନ ବେଳେ ଜମି ମାଲିକ ଙ୍କ ପରିବାର ଲୋକ ବିରୋଧ କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଏହି ଗ୍ରାମର ମହାଦେବ ମଣ୍ଡଳ ଙ୍କ ପିତା ଗୋବିନ୍ଦ ମଣ୍ଡଳ କିଛି ବର୍ଷ ପୂର୍ବେ ଏହି ଗ୍ରାମର ଅଶୋକ ହଲଦାର ଙ୍କୁ ଲିଜ ସୂତ୍ରରେ ନିଜର ଜମିକୁ ହସ୍ତାନ୍ତର କରିଥିଲେ । ଏହି ଜମିରେ ବର୍ତମାନ ଅଶୋକ ହଲଦାର ପେଟ୍ରୋଲ ପମ୍ପ ନିର୍ମାଣ କରିଥିବା ବେଳେ ଆଜି ଏହାର ଉଦଘାଟନ ହେବାର ଥିଲା । ତେବେ ଉଦଘାଟନ ହେଵା ଖବର ପାଈ ଜମି ମାଲିକ ଙ୍କ ପୁଅ ମହାଦେବ ମଣ୍ଡଳ ନିଜ ପରିବାର ସହ ସ୍ଥାନୀୟ ଲୋକଙ୍କୁ ନେ଼ଇ ନବ ନିର୍ମିତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ତମ୍ବୁ ଟାଣି ରହିବା ସହ ପେଟ୍ରୋଲ ପମ୍ପ ଉଦ୍ଘାଟନ କୁ ବିରୋଧ କରିଛନ୍ତି । ନିଜର ପୈତୃକ ଜମିକୁ ଚଞ୍ଚକତା କରି ହାତେଇ ପେଟ୍ରୋଲ ପମ୍ପ କରିଥିବା ହେତୁ ପେଟ୍ରୋଲ ପମ୍ପ ମାଲିକ ଅଶୋକ ହାଲଦାର ଙ୍କ ଏଭଳି କାମକୁ ବିରୋଧ କରିିବା ସହ ପାରିବାର ଲୋକ ନ୍ୟାୟ ଭିକ୍ଷା କରିଛନ୍ତି । ଅନ୍ୟପଟେ ପେଟ୍ରୋଲ ପମ୍ପ ମାଲିକ ସେହି ଜମି କୁ କିଣିଛନ୍ତି , ଜମିର ସମସ୍ତ କାଗଜ ପତ୍ର ତାଙ୍କ ନିକଟରେ ରହିଛି ଓ ମାନ୍ୟବର ଉଚ୍ଚ ନାୟାଳୟଙ୍କ ଅନୁମତି ମଧ୍ୟ ରହିଥିବା କହିଛନ୍ତି । ଏପରିି ସ୍ଥିତିରେ ଉଭୟ ଜମି ମାଲିକ ଓ ପେଟ୍ରୋଲ ପମ୍ପ ମାଲିକ ଙ୍କ ମଧ୍ୟରେ ଦେଖାଦେଇଥିବା ଲଢ଼େଇ ଯଗୁଁ ପେଟ୍ରୋଲ ପମ୍ପ ଚାଲୁ ହେବାକୁ ଅହୁରି କେତେଦିନ ଲାଗିବା ଦେଖିବାକୁ ଵାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking