31.1 C
Bhubaneswar
Monday, May 13, 2024
Homeକରୋନା୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ

୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲା ରହିଛି । ସୂଚନା ମୁତାବକ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫୁ ଲାଗୁ ରହିବ । ଆସନ୍ତା ୫ ତାରିଖରୁ ଅନ୍ୟ।।ଦେଶ ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । କରୋନା ସଂକ୍ରମଣ ବୃଦ୍ଧି ପରେ ସ୍ୱତନ୍ତ୍ର ରିଲିଫ କମିଶନର ଏହି ନିର୍ଦ୍ଦେଶ ଦେଇଛନ୍ତି । କର୍ଫ୍ୟୁ ସମୟରେ ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ବନ୍ଦ ରହିବ । ଏହାବ୍ୟତୀତ ଜରୁରୀକାଳୀନ କାର୍ଯ୍ୟକଳାପ ଛାଡି ଯାତାୟାତ ଉପରେ ବି କଟକଣା ରହିବ । ପୂର୍ବଭଳି ଜରୁରୀକାଳୀନ ସେବା ଓ କର୍ମଚାରୀ କଟକଣାମୁକ୍ତ ରହିବେ । ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ ଖୋଲା ରହିବ । ଏସବୁ ମଧ୍ୟରେ ହୋମ ଡେଲିଭରୀକୁ ଅନୁମତି ରହିଛି । ନାଇଟ କର୍ଫ୍ୟୁ ବେଳେ ସବୁ ଶିଳ୍ପ କାରଖାନା ଖୋଲା ରହିବ । ମେଡିକାଲ ଓ ଅନ୍ୟ ଜରୁରୀ କାମରେ ଯିବାକୁ ଅନୁମତି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking