28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମଙ୍କିପକ୍ସ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ : ପ୍ରଥମ କରି ୨୧ ଦିନ କ୍ୱାରେଣ୍ଟାଇନ ଲାଗୁ କଲା ଏହି...

ମଙ୍କିପକ୍ସ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ : ପ୍ରଥମ କରି ୨୧ ଦିନ କ୍ୱାରେଣ୍ଟାଇନ ଲାଗୁ କଲା ଏହି ଦେଶ

ବ୍ୟୁରୋ : ମଙ୍କିପକ୍ସ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ । ପ୍ରଥମ ଦେଶ ଭାବେ ବେଲଜିୟମ ଲାଗୁ କରିଛି ବାଧ୍ୟତାମୂଳକ କ୍ୱାରେଣ୍ଟାଇନ । ମଙ୍କିପକ୍ସ ପଜିଟିଭ ଚିହ୍ନଟ ହେଲେ ୨୧ ଦିନ କ୍ୱାରେଣ୍ଟାଇନ ରହିବାକୁ ନିୟମ ଲାଗୁ କରିଛି ବେଲଜିୟମ । ଏବେ ସୁଦ୍ଧା ୧୪ ଦେଶରେ ମଙ୍କିପକ୍ସ କେସ ଚିହ୍ନଟ ହୋଇଛି । ବ୍ରିଟେନରେ ଏହା ଦିନକୁ ଦିନକୁ ବଢିବାରେ ଲାଗିଛି । ପଶ୍ଚିମ ଓ ମଧ୍ୟ ଆଫ୍ରିକାରୁ ଆରମ୍ଭ ହୋଇଥିବା ମଙ୍କିପକ୍ସ ୧୪ଟି ଦେଶକୁ ବ୍ୟାପିଲାଣି । ବ୍ରିଟେନ୍‌, ସ୍ପେନ୍‌, ପର୍ତ୍ତୁଗାଲ୍‌, ଜର୍ମାନୀ, ବେଲଜିୟମ୍‌, ଫ୍ରାନ୍ସ, ନେଦରଲାଣ୍ଡ, ଇଟାଲୀ, ସ୍ୱିଡେନ୍‌କୁ ବ୍ୟାପିଲାଣି ଭୂତାଣୁ । ସେହିପରି ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ ସମେତ ୯ଟି ୟୁରୋପୀୟ ରାଷ୍ଟ୍ରରେ ମଙ୍କିପକ୍ସ ମାଡିଚାଲିଛି । ତେବେ ଏ ପର୍ଯ୍ୟନ୍ତ ଏଥିରେ କେହି ମୃତାହତ ହୋଇନାହାଁନ୍ତି । ବ୍ରଟେନ, ପର୍ତ୍ତୁଗାଲ୍ ଓ ସ୍ପେନରେ ପରିସ୍ଥିତି ଉଦବେଗଜନକ ରହିଛି । ନୂଆ ଜାଗାକୁ ମାଡୁଥିବାରୁ ଚିନ୍ତା ବଢିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking