32.1 C
Bhubaneswar
Friday, April 26, 2024
Homeବିଜିନେସ୍କେୱାଇସି ନିୟମ ପରିବର୍ତ୍ତନ କଲା ‘ଟ୍ରାଇ’

କେୱାଇସି ନିୟମ ପରିବର୍ତ୍ତନ କଲା ‘ଟ୍ରାଇ’

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ ସଂସ୍ଥା(ଟ୍ରାଇ) ପକ୍ଷରୁ ଏକ ବଡ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରାଯାଇଛି । ଗ୍ରାହକଙ୍କ ନିକଟକୁ ଯେଉଁ ନମ୍ବରରୁ କଲ୍ ଆସୁଛି ତାହା କିଏ ବ୍ୟବହାର କରୁଛନ୍ତି ଏହାର ସୂଚନା ମୋବାଇଲ୍ ସ୍କ୍ରିନରେ ଦେଖାଯିବ । ପୂର୍ବରୁ ଟ୍ରୁ କଲର୍ ପରି କିଛି ଆପ୍‌ରେ ଏହି ସୂଚନା ମିଳୁଥିଲା । ତେବେ ଏହି ନୂତନ ବ୍ୟବସ୍ଥା ଲାଗୁ କରାଯିବା ପରେ ସିମ୍ କିଣା ଯାଇଥିବା ସମୟରେ ଦାଖଲ କରାଯାଇଥିବା କେୱାଇସି ଡିଟେଲ୍ସ ରିସିଭରଙ୍କ ଫୋନ୍‌ରେ ଦେଖାଯିବ । ଏ ନେଇ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ୍ ପକ୍ଷରୁ ଟ୍ରାଇକୁ ନିର୍ଦ୍ଦେଶ ଦିଆଯାଇଛି । ଡିଓଟି ପକ୍ଷରୁ ମିଳିଥିବା ପ୍ରସ୍ତାବ ଉପରେ ବିଚାର ବର୍ତ୍ତମାନ ବିଚାର ବିମର୍ଶ ଜାରି ରହିଛି ବୋଲି କହିଛନ୍ତି ଟ୍ରାଇ ଚେୟାରମ୍ୟାନ୍ ପି ଡି ବାଘେଲା । ଆସନ୍ତା କିଛି ମାସ ମଧ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ଟ୍ରାଇ ମଧ୍ୟ ସମାନ ବ୍ୟବସ୍ଥା ଉପରେ କାର୍ଯ୍ୟ କରିବା ପାଇଁ ଚିନ୍ତ କରୁଥିଲା । ମାତ୍ର ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯିବା ପରେ ଏହାକୁ ତୁରନ୍ତ କାର୍ଯ୍ୟ କରିବା ଆମର ପ୍ରାଥମିକତା ବୋଲି କହିଛନ୍ତି ବାଘେଲା । ତେବେ ଏହି କେୱାଇସି ଅପଡେଟ୍‌କୁ ଅନ୍ୟ ବ୍ୟବହାର କରାଯିବାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁ ତଥ୍ୟ ସେୟାର କରାଯିବ ତାହା ଗ୍ରାହକ ମାନଙ୍କ ଠାରୁ ଅନୁମତି ନେଇ ଶେୟାର କରାଯିବ କି ନାଁ ସେ ସମ୍ପର୍କରେ ଟ୍ରାଇ ପକ୍ଷରୁ କୌଣସି ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇନାହିଁ । ସେହିପରି ସ୍ପାମ୍ କଲ୍ ଗୁଡିକର ନିର୍ଦ୍ଧାରଣ କରିବା ପାଇଁ ଟ୍ରାଇ ପକ୍ଷରୁ ଅନସଲିସିଟେଡ୍ କମର୍ସିଆଲ୍ କମ୍ୟୁନିକେସନ୍ ନାମକ ଏକ ବ୍ଲକ୍ ଚେନ୍ ଆରମ୍ଭ କରାଯାଇଛି । ଟ୍ରାଇ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ବିଭିନ୍ନ ସ୍ପାମ୍ କଲରୁ ଗ୍ରାହକଙ୍କୁ ନିସ୍ତାର ମିଳିବ ବୋଲି ବାଘେଲା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking