29.1 C
Bhubaneswar
Saturday, April 27, 2024
Homeଓଡିଶାଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ମୟୂରଭଞ୍ଜ : ଧାନ ବିିଲ୍ କୁ    ଯାଉଥିବା ସମୟରେ ମାଆ ଭାଲୁ ଆକ୍ରମଣରେ ଚାଷୀ ଗୁରୁତ୍ତର।ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଂଜ ଜିଲ୍ଲା ବିଶୋଇ ରେଞ୍ଜ ଅନ୍ତର୍ଗତ ଖଡମବେଡା ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ଦୁଆରଶୁଣୀ ଗାଁ କୁଙ୍ଗଲଡିହିର ୨୪ ବର୍ଷୀୟ ଚାଷୀ ସମଲ ମୁଣ୍ଡା ଵିଲକୁ ଚାଲି ଚାଲି ଯାଉଥିବା ସମୟରେ ହଠାତ୍ ଜଙ୍ଗଲ ନିକଟରେ ୪ଟି କୁନିକୁନି ଛୁଆ ନେଇ ବୁଲୁଥିବା ମାଆ ଭାଲୁ ସହ ସାମନା ସାମନି ହୋଇଯାଇଥିଲେ । ଅଚାନକ ଭାଲୁଟି ସମଲକୁ ଆକ୍ରମଣ କରିଥିଲା । ଜୀବନ ରକ୍ଷାପାଇଁ ସମଲ ମଧ୍ୟ ଭାଲୁ ସହିତ
ଲଢିଥିଲେ । ହେଲେ ଭାଲୁ-ମଣିଷ ଲଢ଼େଇ ମଧ୍ୟରେ ଭାଲୁ ସମଲର ହାତ,ଜଙ୍ଘ କାମୁଡି ରାମ୍ପୁଡି ରକ୍ତାକ୍ତ କରି ୪ଟି ଛୁଆଙ୍କୁ ଧରି ଜଙ୍ଗଲ ଭିତରକୁ ପଳାଇଥିଲା । ସମଲ ଯନ୍ତ୍ରଣାରେ ପାଟି କରିବାରୁ ପାଟି ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଖବରପାଇ ବିଶୋଇ ବନବିଭାଗ କର୍ମଚାରୀ ପହଞ୍ଚି ସମଲର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ଭାଲୁ ଆକ୍ରମଣରେ ଗୁରୁତ୍ତର ସମଲର ସମସ୍ତ ଚିକିତ୍ସା ଖର୍ଚ୍ଚ ସହ ଆବଶ୍ଯକୀୟ କ୍ଷତିପୂରଣ ବନବିଭାଗ ତରଫରୁ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

– ଘାସିରାମ ବେହେରାଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking