28.1 C
Bhubaneswar
Saturday, April 27, 2024
Homeଖେଳୟୁଏଇରେ ଆଇପିଏଲ-୧୪ର ବାକି ଥିବା ମ୍ୟାଚ ଖେଳାଯିବ

ୟୁଏଇରେ ଆଇପିଏଲ-୧୪ର ବାକି ଥିବା ମ୍ୟାଚ ଖେଳାଯିବ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ  ସିଜିନର ବାକି ଥିବା ମୁକାବିଲା ୟୁଏଇରେ ଖେଳାଯିବ । ଏହି ନିଷ୍ପତ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ହୋଇଥିବା ଏସଜିଏମ ବୈଠକରେ ନିଆଯାଇଛି । ଟୁର୍ଣ୍ଣାମେଣ୍ଟର ଆୟୋଜନ ସେପ୍ଟେମ୍ବର-ଅକ୍ଟୋବରରେ ହେବ ।
ସେହିଭଳି, ବିସିସିଅ୍ଧବ ଟି୨୦ ବିଶ୍ୱ କପ ପାଇଁ ଅନ୍ତରାଷ୍ଟ୍ରିୟ କ୍ରିକେଟ କାଉନସିଲ (ଆଇସିସି) ସମୟ ମାଗିଛି । ବିସିସିଆଇ ନିଷ୍ପତ୍ତି ନେଇଛି ଯେ, ଟି୨୦ ବିଶ୍ୱକପ ନେଇ ଅନ୍ତିମ ନିର୍ଣ୍ଣୟ ନେବା ପୂର୍ବରୁ କିଛି ସମୟ ଲାଗିବ ।
କହିରଖୁଛୁ, ଆଇପିଏଲର ୧୪ ତମ ସଂସ୍କରଣର ୩୧ଟି ମ୍ୟାଚ ଖେଳାଯିବାକୁ ବାକି ଅଛି । ଏସମସ୍ତ ମୁକାବିଲା ୟୁଏଇରେ ହେବ । ତେବେ ତାରିଖ ଘୋଷଣା ବିସିସିଆଇ କରିନାହିଁ । ଅନେକ ଦଳରେ କରୋନା କେସ ସାମ୍ନାକୁ ଆସିବା ପରେ ଆଇପିଏଲ-୧୪କୁ ମେ ୪ ରେ ବନ୍ଦ କରାଯାଇଥିଲା । ୨ ମେ ପର୍ଯ୍ୟନ୍ତ ମୋଟ ୨୯ଟି ମ୍ୟାଚ ଖେଳାଯାଇଥିଲା ।
ଆଇପିଏଲ-୧୪ ବନ୍ଦ ହେବା ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ୮ ମ୍ୟାଚରୁ ୬ଟି ବିଜୟ ସହିତ ପ୍ରଥମ ସ୍ଥାନରେ ରହିଛି । ଯେତେବେଳେ କି ଚେନ୍ନାଇ ସୁପର କିଙ୍ଗସ ୫ଟି ମ୍ୟାଚରେ ବିଜୟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ବିରାଟ କୋହଲୀଙ୍କ ଅଧିନାୟକତ୍ୱ ଟିମ ଆରସିବିକୁ ବି ୫ଟି ମ୍ୟାଚରେ ବିଜୟ ମିଳିଛି ଏବଂ ସେ ତୃତୀୟ ସ୍ଥାନରେ ରହିଛି ।
ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିବୃତି ମୁତାବକ, ସେପ୍ଟେମ୍ବର-ଅକ୍ଟୋବରରେ ଭାରତରେ ପାଗକୁ ଦେଖି ଆଇପିଏଲ-୧୪ର ବାକି ମ୍ୟାଚଗୁଡିକୁ ୟୁଏଇରେ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସର୍ବପ୍ରଥମେ କେକେଆରର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ବାରିଅର କରୋନା ସଂକ୍ରମିତ ହୋଇଥିଲେ ବାୟୋ ବବଲସ ମଧ୍ୟରେ । ଏହି ଦୁଇ ଖେଳାଳୀ ପଜିଟିଭ ଆସିବା ପରେ ଅନ୍ୟ ଦଳର ଖେଳାଳୀ ବି କରୋନା ସଂକ୍ରମିତ ହୋଇଥିଲେ ।
ଆଇପିଏଲ ୨୦୨୧ର ବାକି ଥିବା ମ୍ୟାଚର ଆୟୋଜନ ୧୯ କିମ୍ବା ୨୦ ସେପ୍ଟେମ୍ବରରୁ ହୋଇପାରେ । ଫାଇନାଲ ମ୍ୟାଚ ୟୁଏଇରେ ୧୦ ଅକ୍ଟୋବରରେ ଖେଳାଯିବ । ବିସିସିଆଇ ଚଳିତ ଥର ୧୦ ଡବଲ ହେଡର ମ୍ୟାଚ, ୭ ସିହ୍‌ଗଲ ହେଡର ଓ ୪ ପ୍ଲେଅଫ ସେଡ୍ୟୁଲରେ ରଖିବ । ଯାହାଦ୍ୱାରା ଟୁର୍ଣ୍ଣାମେଣ୍ଟକୁ କମ ସମୟ ମଧ୍ୟରେ ସମାପ୍ତ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking