29.1 C
Bhubaneswar
Sunday, May 5, 2024
Homeଖେଳବିରାଟ କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଆସିଲା ସୌରଭଙ୍କ ବୟାନ

ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଆସିଲା ସୌରଭଙ୍କ ବୟାନ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ବରିଷ୍ଠ ଖେଳାଳି ବିରାଟ କୋହଲି ଶନିବାର ସନ୍ଧ୍ୟାରେ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବୟାନ ଆସିଛି। ଗାଙ୍ଗୁଲି ଟୁଇଟ୍‌ କରି କହିଛନ୍ତି, ବିରାଟଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଟିମ୍‌ ତିନି ଫର୍ମାଟରେ ଭଲ ପ୍ରଦର୍ଶନ କରିଛି। ଏହା ବିରାଟଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଓ ବିସିସିଆଇ ଏହାର ସମ୍ମାନ କରୁଛି। ସେ ଏବେ ବି ଏହି ଟିମ୍‌ର ସଦସ୍ୟ ଅଛନ୍ତି। ବିରାଟ ଜଣେ ମହାନ ଖେଳାଳି। ବହୁତ ଭଲ ବିରାଟ କୋହଲି। ମାତ୍ର ଗାଙ୍ଗୁଲିଙ୍କ ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଅଧିନାୟକ ମାମଲାରେ ତାଙ୍କର ବିରାଟଙ୍କ ସହିତ ଭଲ ସଂପର୍କ ନାହିଁ ବୋଲି କ୍ରିକେଟ ଜଗତରେ ଚର୍ଚ୍ଚା ହୋଇଥାଏ। ସୂଚନାଯୋଗ୍ୟ, ବିରାଟ କୋହଲି ଗତକାଲି ଅଚାନକ ଟେଷ୍ଟ କ୍ରିକେଟରେ ଅଧିନାୟକ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ। କୋହଲିଙ୍କ ଏହି ଅଚାନକ ଘୋଷଣାକୁ କ୍ରୀଡାପ୍ରେମୀ ହଠାତ ଗ୍ରହଣ କରିପାରି ନଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking