35.1 C
Bhubaneswar
Thursday, May 23, 2024
Homeକରୋନାଏହି ରାଜ୍ୟରେ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଏହି ରାଜ୍ୟରେ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଲକ୍ଷ୍ନୌ : ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ତେବେ ଏହାରି ଭିତରେ ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ । ଏନେଇ ସୁଚନା ଦେଇଛନ୍ତି ଉତ୍ତରପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନଭନିତ ସେହଗଲ୍।

ପୁର୍ବରୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଘୋଷଣା ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ପୁଣି ଆସନ୍ତା ୨୩ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ ଅନଲାଇନ୍ ମାଧ୍ୟମରେ ପିଲାଙ୍କ କ୍ଲାସ୍ ଚାଲିଛି । ସୂଚନା ଅନୁସାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ୧୫ ତାରିଖରେ ହେବାକୁ ଥିବା ସେମିଷ୍ଟାର ପରୀକ୍ଷାକୁ ମଧ୍ୟ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ସୂଚନା ପରେ ପୁଣି ଏହାକୁ ଲାଗୁ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking