30.1 C
Bhubaneswar
Sunday, June 16, 2024
Homeଓଡିଶାକରୋନା କବଳରେ ସ୍ୱାସ୍ଥ୍ୟକର୍ମୀ : ଏମ୍‌ସରେ ୨୫୦ ସ୍ୱାସ୍ଥ୍ୟକର୍ମୀ ପଜିଟିଭ, ଆସନ୍ତାକାଲିଠୁ ଓପିଡି ବନ୍ଦ

କରୋନା କବଳରେ ସ୍ୱାସ୍ଥ୍ୟକର୍ମୀ : ଏମ୍‌ସରେ ୨୫୦ ସ୍ୱାସ୍ଥ୍ୟକର୍ମୀ ପଜିଟିଭ, ଆସନ୍ତାକାଲିଠୁ ଓପିଡି ବନ୍ଦ

ଭୁବନେଶ୍ୱର : କରୋନା କବଳରେ ସ୍ୱାସ୍ଥ୍ୟକର୍ମୀ। ଭୁବନେଶ୍ୱର ଏମ୍‌ସରେ ୨୫୦ ଡାକ୍ତର ଓ ହସ୍ପିଟାଲର କର୍ମଚାରୀ କରୋନା ପଜିଟିଭ୍ ହୋଇଛନ୍ତି। ଏହାକୁ ନେଇ ଆସନ୍ତାକାଲିଠୁ ଓପିଡି ବନ୍ଦ ରହିବ। ଏନେଇ ମେଡିକାଲ ସୁପରିଟେଣ୍ଡେଟ୍ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଏମ୍‌ସର ୨୫୦ ଜଣ ସ୍ୱାସ୍ଥ୍ୟକର୍ମୀ ପଡିଟିଭ ହୋଇଛନ୍ତି। ଏଥିସହ ଆଗକୁ ସର୍ଜରୀ ବିଭାଗକୁ ବନ୍ଦ କରାଯିବ ।

ନିହାତି ଜରୁରୀ ନଥିବା ରୋଗୀଙ୍କୁ ହସ୍ପିଟାଲ ଆସିବାକୁ ବାରଣ କରାଯାଇଛି। ଗୁରୁତରଙ୍କୁ ଟିକାକରଣର ସାର୍ଟିଫିକେଟ୍ ଦେଖାଇ ପ୍ରବେଶ କରାଯିବ। ତେବେ ଏମ୍‌ସର ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ କୋଭିଡ ହେବା ପରେ ଓପିଡି ସେବାକୁ କିଛି ଦିନ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ଏହାସହିତ ଜରୁରୀ ସର୍ଜରୀ ପାଇଁ ଥିବା ରୋଗୀଙ୍କୁ କରୋନା ନିୟମ ମାନି ତାଙ୍କର ଅପରେସନ କରାଯିବ।

ମାତ୍ର କୋଭିଡ ପାଇଁ ରୋଗୀଙ୍କ ସେବାରେ ଅବହେଳା ହେବ ନାହିଁ ଏବଂ ଡାକ୍ତରଙ୍କ ସହ ପରାମର୍ଶ କରି ଜରୁରୀ ଥିଲେ ହସ୍ପିଟାଲକୁ ଆସନ୍ତୁ ବୋଲି ମେଡିକାଲ ସୁପରିଟେଣ୍ଡେଟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking