28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବାନ୍ଦା ଡଙ୍ଗା ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଲା

ବାନ୍ଦା ଡଙ୍ଗା ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଲା

ଲକ୍ଷ୍ନୌ : ଗୁରୁବାର ଉତ୍ତର ପ୍ରଦେଶର ବାନ୍ଦାଠାରେ ଯମୁନା ନଦୀ ଡଙ୍ଗା ଦୁର୍ଘଟଣାରେ ଶନିବାର ଆଉ ୯ ଶବ ଉଦ୍ଧାର ହୋଇଛି । ୮ଟି ଶବ ଭାସିଯାଇ ଫତେପୁର ବର୍ଡର୍‌ରେ ଲାଗିଥିବା ବେଳେ ଗୋଟିଏ ଶବ ମରକା ଘାଟରୁ ମିଳିଛି । ଗୁରୁବାର ତିନିଟି ଶବ ଉଦ୍ଧାର କରାଯାଇଥିଲା । ଏହାକୁ ମିଲାଇ ଡଙ୍ଗାବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି । ଅନ୍ୟପକ୍ଷରେ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ୫ ଜଣ ଘରେ ପହଞ୍ଚିଥିବା ପୁଲିସ ଭେରିଫିକେସନ୍‌ରୁ ଜଣାପଡ଼ିଛି । ତିନିଜଣ ଏବେ ବି ନିଖୋଜ ଅଛନ୍ତି । ଡଙ୍ଗାରେ ୩୫ ଜଣ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ସମୟରେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁବାର ରାତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଅର୍‌ଏଫ୍ ଏବଂ ପିଏସିର ୭୮ ଯବାନ ୮ ଡଙ୍ଗା ସାହାଯ୍ୟରେ ମରକା ଘାଟରେ ଲଗାତାର ୧୪ ଘଣ୍ଟା ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ୧୨ କିଲୋମିଟର ପର୍ଯ୍ୟନ୍ତ ନଦୀରେ ଖୋଜାଖୋଜି କରିଥିଲେ । ସତର୍କତା ସ୍ୱରୂପ ନଦୀଘାଟ ଡାଇଭର୍‌ଙ୍କୁ ମୁତୟନ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ବଡ଼ ବଡ଼ ଜାଲ ମଗାଯାଇ ଉଦ୍ଧାର କାର୍ଯ୍ୟରେ ଲଗାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking