34.1 C
Bhubaneswar
Saturday, April 27, 2024
Homeଓଡିଶାସ୍ୱାସ୍ଥ୍ୟ ବିଭାଗର ଅପାରଗତା, ଦୁଇ ମୃତକଙ୍କ ଶବ ସତ୍କାର ପରେ ପଜିଟିଭ ରିପୋର୍ଟ

ସ୍ୱାସ୍ଥ୍ୟ ବିଭାଗର ଅପାରଗତା, ଦୁଇ ମୃତକଙ୍କ ଶବ ସତ୍କାର ପରେ ପଜିଟିଭ ରିପୋର୍ଟ

ବାଲିଆପାଳ : ବାଲିଆପାଳରେ ଦିନକୁ ଦିନ କରୋନା ଭୟଙ୍କର ରୁପ ଧାରଣ କରିଛି । ଗୋଟିଏ ସପ୍ତାହରେ ୫ ଜଣଙ୍କର ମୃତ୍ୟୁହେଲାଣି। ଦୁଇ ଜଣକର ବାଲେଶ୍ୱରରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁବରଣ କରିଛନ୍ତି ।  ତେବେ ଦୁଇ ଦିନରେ ଦୁଇ ମୃତକଙ୍କ ଶବ ସତ୍କାର ପରେ ପଜିଟିଭ ରିପୋର୍ଟ ଆସିଛି । ଯାହା ସ୍ୱାସ୍ଥ୍ୟ ବିଭାଗର ଅପରାଗତାକୁ ପଦାରେ ପକାଇଛି ।  ପ୍ରକାଶ ଥାଉକି ଗୁରୁବାର ବାଲେଶ୍ୱର ମୁଖ୍ୟ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଚଉମୁଖ ଗ୍ରାମର ଅନାଦି ପାତ୍ର(୬୫) ଅସୁସ୍ଥ ହେବାରୁ ଘର ଲୋକ ମଙ୍ଗଳବାର ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେହିଦିନ ତାଙ୍କର କରୋନା ଟେଷ୍ଟ କରାଯାଥିଲା ।

ଇତିମଧ୍ୟରେ ଅନାଦି ଗୁରୁତର ହୋଇ ଗୁରୁବାର ମୃତ୍ୟୁବରଣ କରିବା ପରେ ଘର ଲୋକ ଅନାଦିର ଶବ ଚଉମୁଖ ଗ୍ରାମକୁ ଆଣି ଶବ ସତ୍କାର କରିବା ପରେ ଗୁରୁବାର ସନ୍ଧ୍ୟାରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ତେବେ ଅନାଦି ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ସେହିପରି ବାଲିଆପାଳ ହସ୍ପିଟାଲରେ ଖାଳମୁହାଁଣି ଗ୍ରାମର ହରେକୃଷ୍ଣ ଦାସ(୨୮)ଙ୍କ ମୃତ୍ୟୁ ଘଟିଛି । ଗତ ୧୨ ତାରିଖରେ ହରେକୃଷ୍ଣର ଦେହ ଖରାପ ହେବାରୁ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେତେବେଳେ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଗୁରୁତର ନ ଥିବାରୁ ଘରକୁ ହୋମ ଆଇସୁଲେସନରେ ରହିବା ପାଇଁ କୁହାଯାଇଥିଲା । ୨୭ ତାରିଖରେ ପୁଣି ପରୀକ୍ଷା ବେବାରୁ ନେଗେଟିଭ ଆସିଲା ।

ହେଲେ ଗୋଟିଏ ଦିନ ପରେ ତାର ଅବସ୍ଥା ଗୁରୁତର ହେବାରୁ ଗୁରୁବାର ପରିବାର ଲୋକ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ଚିକିତ୍ସାର କେଇ ଘଣ୍ଟା ପରେ ତାର ମୃତ୍ୟୁ ହୋଇଥିଲା । ଯଦି କରୋନା ରିପୋର୍ଟ ନେଗେଟିଭ ତେବେ ଗୋଟିଏ ଦିନରେ ଏତେ ଗୁରୁତର ହେଲା କିପରି ବୋଲି ସର୍ବ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ବିଭାଗର ଏପରି ଖାମ ଖିଆଲ ପାଇଁ କରୋନା ସଂକ୍ରମଣ ବଢି ଚାଲିଛି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking