27.1 C
Bhubaneswar
Friday, May 10, 2024
Homeଓଡିଶାଛେଣ୍ଡ ଏସବିଆଇ ଶାଖା ୭୨ ଘଂଟା ଯାଏ ବନ୍ଦ

ଛେଣ୍ଡ ଏସବିଆଇ ଶାଖା ୭୨ ଘଂଟା ଯାଏ ବନ୍ଦ

ରାଉରକେଲା:  ସ୍ମାର୍ଟ ସିଟି ରାଉରକେଲା ଅନ୍ତର୍ଗତ ଛେଣ୍ଡ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଶାଖାରେ କୋଭିଡ଼ ମାମଲା ସାମନାକୁ ଆସିବା ପରେ ଏହାକୁ ନେଇ ବ୍ୟାଙ୍କର କର୍ମଚାରୀ ମାନଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳି ଯାଇଥିଲା । ଏହାପରେ ଏହି ଘଟଣାକୁ ନେଇ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ୟାଙ୍କ ଶାଖାକୁ ୭୨ ଘଂଟା ଅର୍ଥାତ ମେ’ ମାସ ୨ ତାରିଖ ଯାଏ ବନ୍ଦ ରଖାଯାଇଛି । କୋଭିଡ଼ରେ ଆକ୍ରାନ୍ତ ପଜିଟିଭ ବ୍ୟକ୍ତି ମାନେ ଘରେ ରହିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯିବ । ଏହି ସମୟରେ ବ୍ୟାଙ୍କ ବିଲଡ଼ିଂ ମଧ୍ୟକୁ କାହାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।

ମୁଖ୍ୟମାର୍ଗରେ ଚାଲିଛି  ପାଇପ ବିଛା କାମ, ଧୂଳିଧୂଆଁ ଯୋଗୁ ଲୋକେ ହୀନସ୍ତା

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ବର୍ତମାନ ଠିକାଦାର ମାନଙ୍କ ଦ୍ୱାରା ମୁଖ୍ୟମାର୍ଗରେ ପାଇପବିଛା କାର୍ଯ୍ୟ ସମେତ ସଡ଼କ ନିର୍ମାଣ କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟ ଉଦିତନଗର ଆମ୍ବେଦକର ଛକରୁ ପ୍ଲାଂଟ ସାଇଟ ଛକ ଯାଏ ଚାଲିଛି । ଏହି କାର୍ଯ୍ୟ ରାତ୍ରୀ ସମୟରେ ଠିକାଦାର ମାନଙ୍କ ଦ୍ୱାରା କରାଯାଉଛି । ବର୍ତମାନ ରାସ୍ତା କାର୍ଯ୍ୟ ପାଖାପାଖି ପାୱାର ହାଉସ ଛକ ଯାଏ ସମୂର୍ଣ୍ଣ ହୋଇଛି, ମାତ୍ର ପାୱାର ହାଉସ ଠାରୁ ଡେଲି ମାର୍କେଟ ଯାଏ ପାଇପ ଲାଇନ ବିଛା କାର୍ଯ୍ୟ ଓ ସ୍ୱରେଜ  କାର୍ଯ୍ୟକୁ ନେଇ ଜେସିବି ମେସିନରୁୁ ଗାତ ଖୋଳିବା ସହିତ ଅନ୍ୟ କାର୍ଯ୍ୟ କରାଯାଉଛି । ଅନ୍ୟପକ୍ଷେ ଏହି କାର୍ଯ୍ୟକୁ ନେଇ ମୁଖ୍ୟମାର୍ଗରେ ଧୂଳିଧୂଆଁ ଯୋଗୁ ସ୍ଥାନୀୟ ଦୋକାନୀ ମାନଙ୍କ ସମେତ ସ୍ଥାନୀୟ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳୁ ସଂଧ୍ୟା ଯାଏ  ପ୍ରବଳ ଧୂଳି ଯୋଗୁ ଦୋକାନୀ ମାନେ ମୁହଁରେ କପନା ଢାଙ୍କି ବସି ରହିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ଏହି କାମକୁ ନେଇ ଠିକାଦାରଙ୍କ ଦ୍ୱାରା ମାତ୍ର ଥରେ ପାଣି ପକାଇବା ଯୋଗୁ ଲୋକ ମାନେ ଆହୁରି ଅଧିକ ପାଣି ଛିଂଚନ ପାଇଁ ଦାବି କରୁଛନ୍ତି, ମାତ୍ର ଏନେଇ କଥାରେ ତାଳମେଳ ରହୁନାହିଁ । ଗୋଟିଏ ପଟେ ରାଉରକେଲାରେ ମହାମାରୀ କରୋନା ଯୋଗୁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନଥିବା ବେଳେ, ସେପଟେ ରାସ୍ତା ଖରାପ ଯୋଗୁ ଦୋକାନକୁ ଗ୍ରାହକ ମାନେ ଆସି ପାରୁନାହାନ୍ତି । ସ୍ଥାନୀୟ ଲୋକ ମାନଙ୍କ ଦ୍ୱାରା ଦାବି କରାଯାଉଛିଯେ, ଦିନକୁ ତିନିଥର ପାଣି ଚିଂଚନ କରାଯାଉ ।

ପାୱାର ହାଉସରେ ବିଶାଳ ଗର୍ତ, କୌଣସି ସମୟରେ ଘଟିପାରେ ବଡ଼ ଦୁର୍ଘଟଣା

ରାଉରକେଲା : ସ୍ମାର୍ଟ ସିଟି ରାଉରକେଲା ସହରରେ ବର୍ତମାନ ସ୍ୱରେଜ ଓ ରାସ୍ତା ନିର୍ମାଣକୁ ନେଇ ମୁଖ୍ୟମାର୍ଗରେ କାର୍ଯ୍ୟ ଚାଲୁଥିବା ବେଳେ, ପାୱାର ହାଉସ ରୋଡ଼ରେ ବିଶାଳ ଗର୍ତ ଯୋଗୁ କୌଣସି ସମୟରେ ବଡ଼ ସଡ଼କ ଦୁର୍ଘଟଣା ଘଟିପାରେ କାରଣ ଏହି ପାୱାର ହାଉସ ମାର୍ଗରୁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଶତାଧିକ ଗାଡ଼ି ମୋଟର ଯିବା ଆସିବା କରିବା ସହିତ ଶତାଧିକ ବାଇକ ଯିବା ଆସିବା କରୁଛି । ଏହି ମାର୍ଗରେ ବଡ଼ବଡ଼ ଗୋଦାମ ଓ ଲୁଗା ଦୋକାନ ଥିବା ଯୋଗୁ ସଦାସର୍ବଦା ଗ୍ରାହକ ମାନେ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଅନ୍ୟପକ୍ଷେ, ନିର୍ମଳ ମାର୍କେଟ, ଓରାମ ମାର୍କେଟ, ମଙ୍ଗଳ ଭବନ ମାର୍କେଟ ସମେତ ଶତାଧିକ ଦୋକାନ ଥିବା ଯୋଗୁ ଏହି ମାର୍ଗ ସବୁବେଳେ ଲୋକାରଣ୍ୟ ରହିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ଆରଏମସିର ବରିଷ୍ଠ ଅଧିକାରୀଙ୍କୁ ଏହି ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking