32.1 C
Bhubaneswar
Monday, May 20, 2024
Homeଓଡିଶାକରୋନା ମୁକାବିଲା ନେଇ ବିଜେପିର ଦାବୀପତ୍ର

କରୋନା ମୁକାବିଲା ନେଇ ବିଜେପିର ଦାବୀପତ୍ର

କାମାକ୍ଷାନଗର : ବିଶ୍ୱରେ ମହାମାରୀ କରୋନାର ଦ୍ୱିତୀୟ ଲହର ଦୃତଗତିରେ ବଢି ଚାଲିଥିବା ବେଳେ କାମାକ୍ଷାନଗର ଅଚଂଳରେ କପିରି ସଠିକ ଭାବେ ଏହାର ପରିଚାଳନ ନେଇ ବିଜେପି ତରଫରୁ ଏକ ଦାବୀପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇିଥିବା ଜଣାପଡିଛି। ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବଢିଚାଲିଥିବା ବେଳେ ରାଜ୍ୟରେ ମଧ୍ୟ କରୋନାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ସରକାରୀ ଓ ବେସରକାରୀ ସ୍ଥରରେ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ଗତବର୍ଷ ଖୋଲା ଯାଇଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକୁ ତୁରନ୍ତ ଖୋଲାଯାଇ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ରଖାଯିବା ଏବଂ ସେମାନଙ୍କ ସ୍ୱାବ ଟେଷ୍ଟ କରାଯିବା ଦରକାର ବୋଲି ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିଜେପିର ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ବିଭୁତି ପ୍ରଧାନ, ଶତୃଘ୍ନ ଜେନା, ପ୍ରେମାନନ୍ଦ ଜେନା, ଜିଲ୍ଲା ଉପସଭାପତି ପବିତ୍ର ବିଶ୍ୱାଳ, ଅଶ୍ୱିନୀ ମହାପାତ୍ର, ଦୁର୍ଗାଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking