32.1 C
Bhubaneswar
Thursday, March 28, 2024
Homeଓଡିଶାସ୍ୱାସ୍ଥ୍ୟ ବିଭାଗରେ କରୋନା ଛାଟ : ମିଳିଲାନି ଚିକିତ୍ସା ସୁବିଧା, ଆଖିବୁଜିଲେ ମା’-ପୁଅ

ସ୍ୱାସ୍ଥ୍ୟ ବିଭାଗରେ କରୋନା ଛାଟ : ମିଳିଲାନି ଚିକିତ୍ସା ସୁବିଧା, ଆଖିବୁଜିଲେ ମା’-ପୁଅ

ଡେରାବିଶ : ସାରା ଦେଶରେ କରୋନା କାୟାବିସ୍ତାର କରିଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଚିକିତ୍ସା ସୁବିଧା ମିଳିବା କଷ୍ଟକର ହୋଇପଡ଼ିଛି । ଏହି ପରିସ୍ଥିତିରେ ଚିକିତ୍ସା ସୁବିଧା ନ ମିଳିବାରୁ ୩ ଘଣ୍ଟାରେ ମା’-ପୁଅ ଆଖିବୁଜିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ଏଭଳି ଘଟଣା ଘଟିଛି ସୁଦୂର ନୂଆଦିଲ୍ଲୀରେ । ଡେରାବିଶ ବ୍ଲକ୍ ଖମୋଳ ପଞ୍ଚାୟତ କୋଷିଦା ଗ୍ରାମର ଦୁଲ୍ଲଭ ବେହେରାଙ୍କ ପରିବାର ନୂଆଦିଲ୍ଲୀରେ ରହି ନିଜର ଶିଳ୍ପାନୁଷ୍ଠାନ ଚଳାଇ ଆସୁଥିଲେ । ତେବେ ଦୁଲ୍ଲଭଙ୍କ ପୁଅ ଦିପ୍ତିରଞ୍ଜନ ବେହେରା(୩୮) କିଛି ଦିନ ତଳେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଜ୍ୱର ହେବାରୁ ପରୀକ୍ଷା ନିରୀକ୍ଷା ପରେ ନିମୋନିଆରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ତେବେ ବୁଧବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀର ବିଭିନ୍ନ ମେଡିକାଲକୁ ନିଆଯାଇଥିଲେ ହେଁ କରୋନା ସଂକ୍ରମିତ କହି ଚିକିତ୍ସା କରାଇନଥିଲେ । ଆଶ୍ଚର୍ଯ୍ୟର କଥା ତାଙ୍କ ରିପୋର୍ଟରେ କରୋନା ନେଗେଟିଭ୍ ଥିଲେ ମଧ୍ୟ ତାଙ୍କୁ ଚିକିତ୍ସା ସେବା ମିଳିନଥିଲା କି ସଂକଟାପନ୍ନ ଅବସ୍ଥାରେ ଅକ୍ସିଜେନ୍ ଓ ଭେଣ୍ଟିଲେଟର ତାଙ୍କ ପାଇଁ ଉପଲବ୍ଧ ହୋଇନଥିଲା । ଫଳରେ ସେ ଆଖିବୁଜି ଦେଇଥିଲେ ।

ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କର ମା’ ସଞ୍ଜୁଲତା ବେହେରା (୬୦) । ବୁଧବାର ରାତିରେ ଏକମାତ୍ର ପୁତ୍ରକୁ ହରାଇ ମ୍ରିୟମାଣ ହୋଇପଡ଼ିଥିବାବେଳେ ହୃଦ୍‌ଘାତ ହେବାରୁ ସେ ମଧ୍ୟ ଟଳିପଡ଼ିଥିଲେ । ପୁଅ ମୃତ୍ୟୁର ୩ ଘଣ୍ଟା ପରେ ମା’ ଚାଲିଯାଇଥିଲେ ଆରପାରିକୁ । ଗୁରୁବାର ପ୍ରତ୍ୟୁଷରେ ମା’-ପୁଅଙ୍କ ଜୁଇ ଜଳିଥିଲା ଏକ ସ୍ଥାନରେ । ଏଭଳି ଅଭାବନୀୟ ଘଟଣା ଯୋଗୁଁ କୋଷିଦା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଉଚ୍ଚ ଶିକ୍ଷିତ ଦିପ୍ତିରଞ୍ଜନଙ୍କ ମୃତ୍ୟୁ ଘଟଣା ଡେରାବିଶର ବିଭିନ୍ନ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ସ୍ୱର୍ଗତ ଦିପ୍ତି ରଞ୍ଜନଙ୍କ ୭ବର୍ଷର ପୁଅ ଓ ୫ବର୍ଷର ଝିଅ ଥିବା ଜଣାପଡ଼ିଛି । ତେବେ ଖୋଦ୍ ଭାରତର ରାଜଧାନୀ ଦିଲ୍ଲୀରେ କରୋନା ଛାଟ ଯୋଗୁଁ ସ୍ୱାସ୍ଥ୍ୟବିଭାଗରେ ଏଭଳି ନୀତି ହୋଇଥିବାବେଳେ ଅନ୍ୟ ରାଜ୍ୟମାନଙ୍କରେ ସ୍ୱାସ୍ଥ୍ୟସେବା କିପରି ଚାଲିଥିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking