30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବାଲିଅନ୍ତା ଲୁଟର ପର୍ଦ୍ଦାଫାସ

ବାଲିଅନ୍ତା ଲୁଟର ପର୍ଦ୍ଦାଫାସ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ମହିଳାଙ୍କଠୁ ୫ ଲକ୍ଷ ଲୁଟର ପଦ୍ଦାଫାସ୍ କରିଛି ପୋଲିସ । ଲୁଟେରାକୁ ବାଲିଅନ୍ତା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ ଟିମ ଗିରଫ କରିଥିବା ନେଇ ସୂଚନା ମିଳିଛି । ତେବେ ଲୁଟେରା ଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୯ ତାରିଖରେ ଦିନ ଦ୍ୱିପ୍ରହରେ ଜଣେ ମହିଳାଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟ ହେବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ସୁରେଶଚନ୍ଦ୍ର ଜେନାଙ୍କ ପତ୍ନୀ ସୁଜାତା ଜେନା ନିଜର ନିର୍ମାଣାଧିନ ଘର ପାଇଁ ଟଙ୍କା ଆଣିବାକୁ ତ୍ରିନାଥବଜାରସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କରୁ ୫ଲକ୍ଷ ଟଙ୍କା ଉଠାଇ ଯାଉଥିଲାବେଳେ ଏକ କଳା ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଥିବା ବ୍ୟାଗକୁ ଝାମ୍ପିନେଇ ଦ୍ରୁତଗତିରେ ଫୁଲନଖରା ଦିଗରେ ପଳାଇଥିଲେ । ଏ ନେଇ ପାହାଳ ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ନିକଟରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking