ନାବାଳିକା ଜନ୍ମ ଦେଲା ଏକ ଶିଶୁପୁତ୍ର ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପଞ୍ଜାବ : ପଞ୍ଜାବର ଗୁରୁଦାସପୁର ଅଞ୍ଚଳ ରେ ଘଟିଛି ଏଭଳି ଏକ ଅମାନବୀୟ ଘଟଣା ଯାହା ମାନବ ସମାଜ ପାଇଁ ଏକ ଚିନ୍ତା ଓ ଲଜ୍ଜ୍ୟାର ବିଷୟ । କିଛି ଦିନ ପୂର୍ବେ ଜଣେ କିଶୋରୀ ସହ ହୋଇଥିଲା ଦୁଷ୍କର୍ମ । ୧୪ ବର୍ଷର ଝିଅଟି ଗୁରୁଦାସପୁର ଠାରେ ଥିବା ଗୁରୁନାନକ ହସ୍ପିଟାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛି । କିଛି ଯୁବକ ଝିଅଟିକୁ ଡ଼ାକ୍ତରଖାନାରେ ଭର୍ତ୍ତକରି ଫେରାର ହୋଇଯାଇଥିଲେ । ପରିବାରବର୍ଗଙ୍କୁ ଜଣାନାହିଁ କି ତାଙ୍କ କୋମଳମତି ଝିଅଟି ସହ ଦୁଷ୍କର୍ମ ହୋଇଛି । ଝିଅଟିର ପେଟରେ ବହୁତ ଦିନ ଧରି ଯନ୍ତ୍ରଣା ହେଉଥିଲା । ତେଣୁ କିଛି ଯୁବକ ଝିଅଟିକୁ ଡ଼ାକ୍ତରଖାନାରେ ଭର୍ତ୍ତି କରେଇଥିଲେ ।
ପରିବାରବର୍ଗଙ୍କ କହିବା ଅନୂସାରେ ତାଙ୍କ ଝିଅ ସହ ଦୁଷ୍କର୍ମ ହୋଇଛି । ଝିଅଟି ପାଖରେ ଜଣଙ୍କ ଘରକୁ କାମ କରିବାକୁ ଯାଉଥିଲା । ବାପା,ମା’ ସନ୍ଦେହ କରୁଛନ୍ତିଯେ ସେହି ଘରର ଯୁବକ ମାନେ ହିଁ ତାଙ୍କ ଝିଅ ସହ ଏପରି କାମ କରିଛନ୍ତି । ପରିବାରରେ ଏପରି ଘୁଣ୍ୟ କାର୍ଯ୍ୟକୁ ନେଇ ଚିନ୍ତିତ ହେବାସହ ଅଦାଲତର ଆଶ୍ରୟ ନେଇଛନ୍ତି ଓ ନ୍ୟାୟ ପାର୍ଥନା କରିଛନ୍ତି । ପୋଲିସର କହିବା ଅନୂଯାୟୀ ଏହି ମାମଲାରେ ତଦନ୍ତ ଜାରି ରହିଛି । ଏହା ଏକ ଗମ୍ଭୀର ମାମଲା ହୋଇଥିବାରୁ ଦୋଷୀ ଗିରଫ ହେବାପରେ ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here