ମୋ ଉପକାରୀ ବଗିଚା ଯୋଜନା କାର୍ଯ୍ୟକାରୀ

ଯାଜପୁର:ସାରା ରାଜ୍ୟରେ ମୋ ଉପକାରୀ ବଗିଚା ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ଯାଜପୁର ବ୍ଲକ ଅଗ୍ରଣୀ ସ୍ଥାନ ଦଖଲ କରିଛି। ଏଥିପାଇଁ ଜିଲା ପ୍ରଶାସନ ସମ୍ପୁର୍ଣ୍ଣ ଜୋର ଲଗାଇଦେଇଛି। ଆଜି ଭୁଇଁପୁର ପଂଚାୟତ ରେ ଏହି ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି। ଏଥିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ମୁଖ୍ୟ ଅତିଥି ଯୋଗ ଦେଇ ଏହି ଯୋଜନା ମାଧ୍ୟମରେ ମହିଳା ମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରିବେ। ଏହି ଯୋଜନା ମାଧ୍ୟମରେ ମହିଳା ଚାଷୀଙ୍କୁ ବିହନ,ଔଷଧ ସହିତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ମହିଳା ମାନେ ପରିବା ଚାଷ କରି ପରିବାରର ଆବଶ୍ୟକତା ସହ ବେଶ ଦୁଇ ପଇସା ରୋଜଗାର କରିବା ପାଇଁ ସରକାର ଏହି ଯୋଜନା କରାଯାଇଛି ବୋଲି ଉପସ୍ଥିତ ଅତିଥି ମାନେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ,ବିଡ଼ିଓ ସୌରଭ ଚକ୍ରବର୍ତ୍ତୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here