27.1 C
Bhubaneswar
Wednesday, May 8, 2024
Homeଓଡିଶାଅଗ୍ନିକାଣ୍ଡରେ ଜଳିଗଲା ୫ବଖରା ବାସଗୃହ 

ଅଗ୍ନିକାଣ୍ଡରେ ଜଳିଗଲା ୫ବଖରା ବାସଗୃହ 

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅଧିନ ହରିପୁର ପଞ୍ଚାୟତ ନିମାଜଣା ପାତ୍ର ସାହିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ବାସଗୃହ । ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ । ଘଟଣାରୁ ପ୍ରକାଶ,  ଆଜି ଅପରାହ୍ନରେ ନିମାଜଣା ପାତ୍ର ସାହିର ପିତାମ୍ବର ପାତ୍ରଙ୍କ ଥିବା ୫ବଖରା ଚାଳ ଘରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ପରେ ଏହାକୁ ଗ୍ରାମବାସୀମାନେ ଦେଖି ଗୁହାଳଘରେ ବନ୍ଧା ଯାଇଥିବା ଗୋରୁଗାଈ ଫିଟାଇ ଦେଇଥିଲେ । ପରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ଖଇରା ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପ୍ରକାଶ ଥାଉକି ପିତାମ୍ବର ବାହାର ରାଜ୍ୟରେ ରହୁଥିବାବେଳେ ତାଙ୍କର ପତ୍ନୀ ମୂଲ ଲାଗିବାକୁ ଯାଇଥିଲେ । ଏହି ସମୟରେ ଘରେ ପିତାମ୍ବରଙ୍କ ଦୁଇ ଝିଅ ଘରେଥିବା ଅବସ୍ଥାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଘରେଥିବା ସମସ୍ତ ଆସବାବ ପତ୍ର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking