31.1 C
Bhubaneswar
Sunday, May 19, 2024
Homeଓଡିଶାବସ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ

ବସ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ

ତେଲକୋଇ : କାଞ୍ଜିପାଣି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ । ଏଭଳି ଘଟଣା କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଘଟିଛି । ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପାଢି ନାମକ ବସଟି ଝାରସୁଗୁଡାରୁ ଭଦ୍ରକ ଅଭିମୁଖେ ଯାଉଥିଲା । ତେବେ କାଞ୍ଜିପାଣି ଘାଟିର କୁସୁମ ଘାଟିରେ ଭାରସ୍ୟାମ ହରାଇ ରାସ୍ତା ତଳକୁ ଖସି ପାହାଡର ପଥରରେ ଘସି ହୋଇଯାଇଥିଲା ।ବସରେ ଥିବା ସମସ୍ତ ୪୦ ଯାତ୍ରୀ ଓ କର୍ମଚାରୀ ଅଳ୍ପକେ ବର୍ତିଯାଇଥିଲେ । ଘଟଣାଟି ସକାଳ ପ୍ରାୟ ୯ ଟା ବେଳକୁ ଘଟିଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking