25.1 C
Bhubaneswar
Thursday, May 9, 2024
Homeଓଡିଶାଛାତ୍ର କଂଗ୍ରେସର ୩ ଦଫା ଦାବିପତ୍ର

ଛାତ୍ର କଂଗ୍ରେସର ୩ ଦଫା ଦାବିପତ୍ର

ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର ସଦସ୍ୟମାନେ ମିଶି ୩ ଦଫା ଦାବିପତ୍ର ଜିଲ୍ଲାପାଳ ଅଫିସ କୁ ଯାଇ ସରକାରୀ ଜିଲ୍ଲାପାଳ ମହୋଦୟାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ୩ଟି ଦାବି ହେଲା ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀମାନଙ୍କର ଲାଇସେନ୍ସ ଫିସ୍ ମ୍ୟୁନିସିପାଲିଟି କର୍ପୋାରେସନ ଆଇନ ଅନୁଯାୟୀ ଜୁନ ୨୦୨୦ ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଛାଡ କରାଯାଉ, ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ହ୍ରାସ କରାଯାଉ ଯାହା ଫଳରେ କି ଆବଶ୍ୟକୀୟ ଦ୍ରବ୍ୟ ଯଥା ଡାଲି, ଖାଇବା ତେଲ ଏବଂ ଖାଦ୍ୟ ସାମଗ୍ରୀର ମୁଲ୍ୟ ହ୍ରାସ ହେବ ।

ଏହା ଦ୍ୱାରା ଗରିବ ମଧ୍ୟମ ଶ୍ରେଣୀ ବର୍ଗର ଲୋକ ଉପକୃତ ହେବେ, ରନ୍ଧନ ଗ୍ୟାସ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଉ ଯାହା ଦ୍ୱାରା ସବୁ ବର୍ଗର ଲୋକ ଉପକୃତ ହେବେ । ଯଦି ଓଡିଶା ସରକାର ଆମ ଏହି ଦାବି ଗୁଡିକୁ ନ ଶୁଣିବେ ଓ କେବଳ ମଦ ବ୍ୟବସାୟୀଙ୍କ ପ୍ରତି ତାଙ୍କର ଉଦାରତା ମନୋଭାବ ରଖି କେବଳ ତାଙ୍କ ଟିକସ ଛାଡ କରି ଅନ୍ୟମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖିବେ ତାହାହେଲେ ଆଗାମୀ ଦିନରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ବଲାଙ୍ଗିର ତରଫରୁ ଭୟାବବହ ଆନ୍ଦୋଳନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking