32.1 C
Bhubaneswar
Friday, April 26, 2024
Homeଓଡିଶାଧାନକ୍ରୟ କମିଟିର ବୈଠକ : ମଇ ୧୦ରୁ ଖୋଲିବ ମଣ୍ଡି

ଧାନକ୍ରୟ କମିଟିର ବୈଠକ : ମଇ ୧୦ରୁ ଖୋଲିବ ମଣ୍ଡି

ବଲାଙ୍ଗୀର – ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଆସନ୍ତା ମଇ ୧୦ ତାରିଖରୁ ମଣ୍ଡି ଖୋଳିବା ନେଇ ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟିରେ ଆଜି ସ୍ଥିର କରାଯାଇଛି । ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ମିଳନୀ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ଚାଷୀମାନଙ୍କ ଠାରୁ କିପରି ସୁଚାରୁ ରୂପେ ଧାନ କ୍ରୟ କରାଯାଇପାରିବ ସେ ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ୮୬ଗୋଟି ପ୍ୟାକ୍ସ ଓ ୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଆସନ୍ତା ମଇ ୧୦ ତାରିଖରୁ ଧାନ କ୍ରୟ କରାଯିବ । ଧାନ କ୍ରୟ ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହିତ କୋଭିଟ୍ ୧୯ ର ସମସ୍ତ ନିତି ନିୟମ ପାଳନ କରିବା ସହ ଦୈନିକ ସକାଳ ୭ରୁ ଦିନ ଘ.୧୨ ପର୍ଯ୍ୟନ୍ତ ସର୍ବାଧିକ ୩୦ ଜଣ ଚାଷୀ ତାଙ୍କର ଧାନ ବିକ୍ରୟ କରିପାରିବେ । ଚଳିତ ରବ ଫସଲର ଧାନକ୍ରୟ ନିମନ୍ତେ ସାଧାରଣ ଧାନର ମୁଲ୍ୟ ୧୮୧୫ ଟଙ୍କା ହୋଇଥିବା ବେଳେ ଏଫ୍‌ଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୧୮୩୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଦୈନିକ ପ୍ରତ୍ୟେକ ଚାଷିଙ୍କ ଟାରୁ ସର୍ବାଧିକ ୭୫ କ୍ୱିଣ୍ଟାଲ ଧାନ ରଖାଯିବା ସହ ଧାନ ରଖିବା ପାଇଁ ପ୍ରତ୍ୟେକ ମଣ୍ଡିରେ ଅସ୍ଥାୟି ଗୋଦାମ କରିବା ନିଷ୍ପତ୍ତି ନିଆଯାଇଥିବା ସୁଚନା ରହିଛି । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ଉପ-ଜିଲ୍ଲାପାଳ ସଂଜୟ ମିଶ୍ର, ପାଟଣାଗଡ ଉପ-ଜିଲ୍ଲାପାଳ ସୋମନାଥ ପ୍ରଧାନ, ଟିଟିଲାଗଡ ଉପ-ଜିଲ୍ଲାପାଳ ସୁଧାକର ନାୟକ, ଜିଲ୍ଲା କୃଷକ ମହାସଂଘର ସଭାପତି ସୁଧିର ପରିଚ୍ଛା, ଚାଷୀନେତା ଜତି ପ୍ରଧାନଙ୍କ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ଉଦ୍ୟାନ କୃଷି, ସମବାୟ, ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ତଥା ଜିଲ୍ଲାର ମିଲର୍ସମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking